(ମୃତ୍ୟୁଞୟ ଭୋଇ , ରିପୋଟରର୍ସ ଟୁଡ଼େ) : ଗୁଜରାଟ କଚ୍ଛ ଜିଲାର ଧୋଲାବିରାଠାରୁ ୩୬୦ କିଲୋମିଟର ଦୂରରେ ଏକ ଅଞ୍ଚଳରୁ ମିଳିଛି ୫ ହଜାର ବର୍ଷ ତଳର ମାନବ କଙ୍କାଳ। ଏଠାରେ ଥିବା ୩ଶହ ବର୍ଗଫୁଟ ଅଞ୍ଚଳରେ ୨୫୦ଟି କବର ରହିଛି। ସେଥି ମଧ୍ୟରୁ ୨୬ଟିର ଖନନ କରାଯାଇଛି। ସ୍ଥାନୀୟ ଲାଖପାତ୍ ତହସିଲ୍ର ଖଟିଆ ଗାଁରେ ଖନନ ଚାଲିଥିବାବେଳେ ମାନବ କଙ୍କାଳ ମିଳିଛି। ଏଠାରେ ୪ ହଜାର ୬ଶହ ବର୍ଷରୁ ୫ ହଜାର ୨ଶହ ବର୍ଷ ମଧ୍ୟରେ ମାନବ ସଭ୍ୟତା ଥିଲା ବୋଲି କଚ୍ଛ ବିଶ୍ୱବିଦ୍ୟାଳୟ ପ୍ରତ୍ନତତ୍ତ୍ୱ ବିଭାଗ ମୁଖ୍ୟ ସୁରେଶ ଭଣ୍ଡାରୀ କହିଛନ୍ତି। ଏହି ମାନବ କଙ୍କାଳର ବୟସ ଜାଣିବା ପାଇଁ କେରଳ ବିଶ୍ୱବିଦ୍ୟାଳୟକୁ ନିଆଯାଇଥିଲା। ଏହି ଖନନ କାର୍ୟ୍ୟ କଚ୍ଛ ବିଶ୍ୱବିଦ୍ୟାଳୟ ଏବଂ କେରଳ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ କରାଯାଉଛି।