ମାଲ ପରିବହନରେ ତୃତିୟ ବନ୍ଦର ପାରାଦ୍ୱୀପ

(ମୃତ୍ୟୁଞ୍ଜୟ ଭୋଇ/ରିପୋଟରର୍ସ ଟୁଡ଼େ ) : ଗତ ଆର୍ଥିକ ବର୍ଷରେ ଦେଶର ପ୍ରମୁଖ ୧୨ଟି ବନ୍ଦର ମଧ୍ୟରେ ପାରାଦୀପ ଦ୍ବିତୀୟ ସ୍ଥାନରେ ରହିଛି। ୧୨ଟି ଯାକ ବନ୍ଦର ଗତ ଆର୍ଥିକ ବର୍ଷରେ ମୋଟ ୬୯୯.୦୪ ନିୟୁତ ଟନ୍ ମାଲ ପରିବହନ କରିଛନ୍ତି। ଏହା ପୂର୍ବ ବର୍ଷ ଦେଶର ପ୍ରମୁଖ ବନ୍ଦର ଗୁଡ଼ିକ ମୋଟ ୬୭୯.୩୭ ନିୟୁତ ଟନ୍ ମାଲ ପରିବହନ କରିଥିଲେ। କାଣ୍ଡଲା ବନ୍ଦର ସର୍ବାଧିକ ୧୧୫.୪୦ ନିୟୁତ ଟନ୍ ମାଲ ପରିବହନ କରିଥିବାବେଳେ ପାରାଦୀପ ବନ୍ଦର ୧୦୯.୨୭ ନିୟୁତ ଟନ୍ ମାଲ ପରିବହନ କରିଛି ବୋଲି ଇଣ୍ଡିଆନ ପୋର୍ଟସ ଆସୋସିଏସନ (ଆଇପିଏ) ପକ୍ଷରୁ ପ୍ରକାଶିତ ତଥ୍ୟରୁ ଜଣାଯାଇଛି।