(ରିପୋଟର୍ସ ଟୁଡେ/ଭୁବନେଶ୍ୱର): କେନ୍ଦ୍ରାପଡ଼ା ଜିଲ୍ଲାର ଭିତରକନିକା ସାମୁଦ୍ରିକ ଅଭୟାରଣ୍ୟ ଅନ୍ତର୍ଗତ ଅଗରନାସୀ ନିକଟରେ ସମୁଦ୍ର ଜଳରେ ଏକ ବିଶାଳକାୟ ତିମି ମାଛ ଭାସୁଥିବା ଦେଖିବାକୁ ମିଳିଛି । ଏହି ତିମିମାଛର ଲମ୍ବ ୪ହ ଫୁଟ ହେବ ବୋଲି ଅନୁମାନ କରାଯାଉଛି । ସମୁଦ୍ର ପାଣିରେ ଭାସୁଥିବା ତିମି ମାଛର ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିଲେ ବି ବାତ୍ୟା ଅମ୍ପନ ପ୍ରଭାବ ଯୋଗୁ ତିମିଟି ମରିଥିବା ବନ ବିଭାଗ ଅନୁମାନ କରୁଛି । ତେବେ ତିମି ମାଛର ମୃତ୍ୟୁର କାରଣ ଜାଣିବା ପାଇଁ ରାଜନଗର ବନ ବିଭାଗ ତିମି ବିଶାରଦଙ୍କ ସହାୟତା ଲୋଡ଼ିଛି । ଭିତରକନିକା ଅଭୟାରଣ୍ୟ ନିଟସ୍ଥ ସମୁଦ୍ରରେ ବାରମ୍ବାର ତିମି ମାଛର ମୃତ ଦେହ ଭାସୁଥିବା ଦେଖିବାକୁ ମିଳୁଛି । ଗତ ୪ ବର୍ଷ ମଧ୍ୟରେ ଏହି ଅଂଚଳରେ ୪ଟି ତିମି ମାଛ ମରି ସମୁଦ୍ରରେ ଭାସୁଥିବା ଦେଖାଯାଇଛି । ତେବେ ଭିତରକନିକା ଉପକୂଳରେ ବାରମ୍ବାର ତିମି ମାଛର ମୃତ ଶରୀର ଦେଖିବାକୁ ମିଳୁଥିବାରୁ ଭିତରକନିକା ନିକଟସ୍ଥ ଗଭୀର ସମୁଦ୍ର ମଧ୍ୟରେ କୌଣସି ସ୍ଥାନରେ ତିମିଙ୍କର ବାସସ୍ଥାନ ଥାଇପାରେ ବୋଲି ଅନୁମାନ କରାଯାଉଛି ।