(ବଲାଙ୍ଗୀର) ; ଏକ ପୋଲ ତଳେ ଅଖା ବସ୍ତା ଟିଏ ପଡିଥିବା ବେଳେ ସେଥିରେ ମଣିଷର ଶବ ଥିବା ସନ୍ଦେହ ହେଉଥିଲା । ବସ୍ତା ଭିତରୁ କଣ ବାହାରିବ ତାକୁ ନେଇ ସ୍ଥାନୀୟ ଲୋକଙ୍କ ଭିତରେ ଉକ୍ରଣ୍ଠା ଦେଖାଦେଇଥିଲା । ତେବେ ପୁଲିସ ଘଟଣା ସମ୍ପର୍କରେ ଜାଣିବବା ପରେ ପହଞ୍ଚିଥିଲେ ଘଟଣା ସ୍ଥଳରେ । ଅଖା ବସ୍ତାଟି ପୁଲିସଙ୍କ ଉପସ୍ଥିତିରେ ଖୋଲାଯାଇଥିଲା ଆଉ ସେଥିରୁ ବାହାରିଥିଲା ଏକ ବାଛୁରୀର ମୃତଦେହ । ଏପରି ଏକ ରୋଚକ ପୁର୍ଣ୍ଣ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲାରେ । ଗୋଟିଏ ଘଣ୍ଟା ଧରି ଚାଲିଥିବା ମଣିଷ ଶବର ଗୁଜବରେ ଶେଷରେ ଯବନିକା ପଡ଼ିଥିଲା।