ଦିଲ୍ଲୀ(ରିପୋର୍ଟର୍ସ ଟୁଡେ) : ସାମୂହିକ ପୂଜା ପର୍ବଣ ସହିତ ପର୍ଯ୍ୟଟନ କ୍ଷେତ୍ରକୁ କୋହଳ କରିବା ଆଗାମୀ ଦିନରେ ବିପଦ ଆଣିପାରେ ବୋଲି ଭାରତୀୟ ମେଡିକାଲ ଆସୋସିଏସନ ପକ୍ଷରୁ ବୟାନ ଜାରି କରା ଯାଇଛି । ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କୁ କୋଭିଡ କଟକଣା କୋହଳ ଉପରେ ପୁନଃବିଚାର କରିବାକୁ ଅନୁରୋଧ କରିଛି ଆଏଏମ ।
କରୋନାରେ ୭୭୬ ଡାକ୍ତରଙ୍କର ମୃତ୍ୟ ହୋଇଛି
ଦେଶରେ କରୋନାର ଦିତ୍ୱୀୟ ଲହରରେ ୭୭୬ ଡାକ୍ତରଙ୍କ ମୃତ୍ୟ ହୋଇସାରିଛି । ଏଥିରେ ବିହାର ୧୧୫ ସର୍ବାଧିକ ମୃତ୍ୟ ହୋଇଥିଲା ବେଳେ, ଦିଲ୍ଲୀରେ ୧୦୯, ଉତ୍ତରପ୍ରଦେଶରେ ୭୯ ଏବଂ ପଶ୍ଚିମବଙ୍ଗରେ ୨ ଡାକ୍ତରଙ୍କର ମୃତ୍ୟ ହୋଇସାରିଛି ।