ଭାରତୀୟ ବଜାରରେ ନୂଆ କରି ଷ୍ଟାଇଲିସ ସ୍ମାର୍ଟଫୋନ

(ନୂଆଦିଲ୍ଲୀ ରିପୋଟରର୍ସ ଟୁଡ଼େ ) : ଚାଇନାର ମୋବାଇଲ ନିର୍ମାଣକାରୀ କମ୍ପାନୀ ଲିଗୋ ଭାରତୀୟ ବଜାରରେ ନୂଆ କରି ଷ୍ଟାଇଲିସ ସ୍ମାର୍ଟଫୋନ ସିରିଜ ଲଞ୍ଚ କରିଛି। ଏହା ମଧ୍ୟରେ ଏସ୍‌ ଏବଂ ଏମ୍‌ ସିରିଜ ରହିଛି। ଏସ୍‌ ୧୧, ଏସ୍‌ ୧୨ ଏବଂ ଏମ୍‌ ୧୩ ମଡେଲ ଦ୍ୱାରା ଭାରତୀୟ ବଜାରରେ ସଫଳତା ହାସଲ କରିବା କମ୍ପାନୀର ଲକ୍ଷ୍ୟ। ଏସ୍‌ ସିରିଜ ଫ୍ଲାଗଶିପ ଭାରିଆଣ୍ଟରେ ଆସିଥିବା ବେଳେ ଏମ୍‌ ଭାରିଆଣ୍ଟକୁ ଫେସନେବୁଲ ଫୁଲସ୍କ୍ରିନ ସ୍ମାର୍ଟଫୋନ କୁହାଯାଉଛି। ଭାରତୀୟ ବଜାରରେ ପ୍ରବେଶ କରି ଅତ୍ୟନ୍ତ ଖୁସି ବୋଲି ଲିଗୋର ଚିଫ୍‌ ଅପରେଟିଂ ଅଧିକାରୀ କେଭିନ ଲିଉ କହିଛନ୍ତି।