ବେନିୟମ କାରବାର ପଛରେ କଲମପୁର ବନ ବିଭାଗ, ହରିଲୁଟ ପନ୍ଥାରେ ଚାଲିଛି ବନୀକରଣ କାର୍ଯ୍ୟକ୍ରମ

(କଳାହାଣ୍ଡି/ ଗୋଲାପ ସାହୁ): ରକ୍ଷକ ହୋଇ ଭକ୍ଷକ ସାଜିଲା ପରି ବନୀକରଣ କାର୍ଯ୍ୟକ୍ରମରେ ହରିଲୁଟ ପନ୍ଥା ଆପଣାଇ ଛି । କଳାହାଣ୍ଡି ଜିଲ୍ଲା କଲମପୁର ବନ ବିଭାଗର କର୍ମଚାରୀମାନେ ନିୟମକୁ ଉଲଂଘନ କରିବାକୁ ବି ପଛାଉ ନାହାନ୍ତି ।ବନୀକରଣ ପାଇଁ ସରକାର ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେଇଛନ୍ତି ଓ ଏଥିପାଇଁ ବନ ବିଭାଗକୁ ଦାୟିତ୍ୱ ଦିଆଯାଇଛି । ହେଲେ ବନ ବିଭାଗର କର୍ମଚାରୀ ମାନଙ୍କ ଲାଭଖୋର ମନୋବୃତ୍ତି ଯୋଗୁଁ ଶ୍ରମିକ ମାନେ ଶୋଷଣର ଶିକାର ହେଉଥିବା ବେଳେ ଜଙ୍ଗଲ ଜାତ ସାମଗ୍ରୀ ମଧ୍ୟ ଧ୍ୱଂସ ହେବାରେ ଲାଗିଛି । କଲମପୁର ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଳିତ ବର୍ଷ ବୃକ୍ଷ ରୋପଣ ହେଉଥିବା ବେଳେ କଲମପୁର-ସିଂଘାରୀ ଘାଟି ରାସ୍ତାର ଉଭୟ ପାର୍ଶ୍ୱରେ ଲଗାଯାଉଥିବା ବନୀକରଣ ହେଉଛି ଏହାର ସଦ୍ୟ ଉଦାହରଣ ।ଖୋଦ ବିଭାଗୀୟ କର୍ମଚାରୀ ମାନେ ନିତି ନିୟମକୁ ଉଲଂଘନ କରି ବିନା ଅନୁମତିରେ ବାଉଁଶ କାଟି ବନୀକରଣରେ ବିନିଯୋଗ କରୁଛନ୍ତି ।ମନରେଗା ଯୋଜନା ମଧ୍ୟ ଏଠାରେ ଫେଲ ମାରିଛି ।ପ୍ରକୃତ ଶ୍ରମିକ ମାନେ ଏଠାରେ ନିୟୋଜିତ ହୋଇ ନ ଥିବା ବେଳେ ଶ୍ରମିକ ମାନଙ୍କ ଜାଲ କାଗଜପତ୍ରରେ ବାହାର ଲୋକମାନେ କାର୍ୟ୍ୟ କରୁଛନ୍ତି ।ଦୀର୍ଘ ଦିନ ହେଲା ଏପରି କାରବାର ଏଠାରେ ଚାଲିଆସୁଥିବା ବେଳେ ବିଭାଗୀୟ କର୍ମଚାରୀ ମାନେ ମାଲେମାଲ ହେବାରେ ଲାଗିଛନ୍ତି।ଦାଇତ୍ଵରେ ଥିବା ଫରେଷ୍ଟର ମନରେଗା ଯୋଜନାରେ ହେଉଥିବା ଏହି ବୃକ୍ଷ ରୋପଣକୁ ଠିକା ଦେଇ ବେଶ ଦୁଇ ପଇସା ରୋଜଗାର କରୁଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ।ହେଲେ ଶ୍ରମିକମାନେ ଶୋଷଣର ଶିକାର ହେବାରେ ଲାଗିଛନ୍ତି ।ଏ ନେଇ ଭିଜିଲାନ୍ସ ତଦନ୍ତ ହେଲେ ଏଠାରେ ଲୁଚି ରହି ଥିବା ଅସଲ ରହସ୍ୟ ଲୋକଲୋଚନକୁ ଆସି ପାରିବ ବୋଲି ଜନସାଧାରଣ ରେ ଦୃଢୋକ୍ତି ପ୍ରକାଶ ପାଇଛି ।