ଜଗତସିଂହପୁର : ବିଦ୍ୟୁତ୍ ଆଘାତରେ ଚାଲିଗଲା ବାପା, ମା ଏବଂ ଝିଅଙ୍କ ଜୀବନ । ଘଟଣା ଘଟିଛିଜଗତସିଂହପୁର ଜିଲ୍ଲା ତିର୍ତୋଲ ଥାନା ଅନ୍ତର୍ଗତ ବଣିତୋ ପଞ୍ଚାୟତରେ । ଏହି ବିଦ୍ୟତ ଆଘାତରେ ଜଣେ ଗୁରୁତର ଭାବେ ଜଗତସିଂହପୁର ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି।
ବିଦ୍ୟୁତ ଆଘାତରେ ମୃତ ବ୍ୟକ୍ତି ହେଲେ ୪୦ ବର୍ଷ ବୟସ୍କ ପିଣ୍ଟୁ ସ୍ୱାଇଁ ,ତାଙ୍କ ପତ୍ନୀ ୩୫ ବର୍ଷୀୟ କାମିନୀ ସ୍ୱାଇଁ ଏବଂ ୧୩ ବର୍ଷର ଝିଅ ପାପାଲି ସ୍ୱାଇଁ । କୁମର ବର ସ୍ୱାଇଁ ଯାହାଙ୍କର ବୟସ ୬୫ ବର୍ଷ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜଗତସିଂହପୁର ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାତରିତ କରାଯାଇଛି।
କୌଣସି କାରଣରୁ ଜଣକୁ ବିଦ୍ୟତ୍ ସଂଷ୍ପର୍ଶରେ ଆସିବା ପରେ ବଞ୍ଚାଇବା ପାଇଁ ଜଣକ ପରେ ଆଉ ଜଣେ ବିଦ୍ୟୁତ୍ କରେଣ୍ଟ ସଂଷ୍ପର୍ଶ ଚାଲି ଆସିଥିଲେ । ଏଥି ଯୋଗୁଁ ପରିବାରର ତିନି ଜଣଙ୍କର ମୃତ୍ୟ ହୋଇଅଛି ।