(ଜୟନ୍ତ କୁମାର ସେଠୀ)ଗୋପ: ବିଶ୍ଵ ଐତିହ କୋଣ।ର୍କ ମନ୍ଦିର ପାଦ ଦେଶରେ ଆୟୋଜିତ କୋଣାର୍କ ଉତ୍ସବର ପ୍ରଥମ ସଂଧ୍ୟାରେ ପ୍ରଥମେ ସୁଜନ ଅନୁଷ୍ଠାନର କଳାକାର ମାନଙ୍କ ଦ୍ଵାରା ପରିବେଷିତ ହୋଇଥିଲା ବନ୍ଦେ ସୂର୍ୟ୍ୟମ । ପଣ୍ଡିତ ନିତ୍ୟାନନ୍ଦ ମିଶ୍ରଙ୍କ ରଚନା ଓ ଗୁରୁ ରତିକାନ୍ତ ମହାପାତ୍ରଙ୍କ ସଂଯୋଜନାରେ ନୃତ୍ୟାଙ୍ଗନା ମାନେ ଅ।ଦିତ୍ୟ ନାରାୟଣଙ୍କ ଅର୍ଚ୍ଚନା କରିବା ପରେ ହଂସଧ୍ଵନୀ ପଲ୍ଲବୀ ଶୁଦ୍ଧ ନୃତ୍ୟ ପରିବେଷଣ କରିଥିଲେ । ଏହାପରେ ଶକ୍ତିଙ୍କ ବିବିଧ ସୂରୁପ କୁ ନେଇ ପ୍ରସ୍ତୁତି ହୋଇଥିଲା ଭଗବତୀ ସ୍ତୋତ୍ରମ । ସୁଜନର ଅନ୍ତିମ ପ୍ରସ୍ତୁତିରେ ରହିଥିଲା ବନ୍ଦେ ମାରତମ । ଦ୍ଵିତୀୟ ପର୍ୟ୍ୟାୟରେ ପୁନାରୁ ଅ।ସିଥିବା କଥକ କଳାକାର ମାନେ ସୂର୍ୟ୍ୟ ବନ୍ଦନା,ତାଳ ରୂପକ ଶୁଦ୍ଧନୃତ୍ୟ ମଂଚରେ ପଦର୍ଶନ କରିଥିଲେ । ସେପଟେ ଏଭଳି ମଞ୍ଚରେ ନୃତ୍ୟ ପରିବେଷଣ କରି କଳାକାରମାନେ ବେଶ ଅ।ନନ୍ଦିତ ଥିବା ବେଳେ ଏହାକୁ ମନଭରୀ ଉପଭୋଗ କରିଛନ୍ତି ଦର୍ଶକ । ପ୍ରଥମ ସଂଧ୍ୟ୍ୟାର ଏହି କାର୍ୟ୍ୟକ୍ରମକୁ ଓଡିଶାର ମହାମହିମ ରାଜ୍ୟପାଳ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିବା ବେଳେ ବିଭାଗୀୟ ମନ୍ତ୍ରୀଙ୍କ ସମେତ କ୍ରୀଡା ଯୁବ ବ୍ୟାପର ମନ୍ତ୍ରୀ ଓ ବିଭାଗର ବହୁ ବରିଷ୍ଠ ଅଧିକାରୀ ମାନେ ଏହି କାର୍ୟ୍ୟକ୍ରମରେ ଯୋଗ ଦେଇଥିଲେ । ପର୍ୟ୍ୟଟକ ବିଭାଗ ଦ୍ଵାରା ଅ।ୟୋଜିତ ଏହି କୋଣାର୍କ ଉତ୍ସବ କୁ ଦେଖିବା ପାଇଁ ଦେଶ ତଥା ବିଦେଶରୁ ପର୍ୟ୍ୟଟକ ମାନଙ୍କର ଭିଡ ଜମିଥିଲା ।
ଏହି ନୃତ୍ୟ ମାଧ୍ୟମରେ ଭାରତୀୟ କଳା ସଂସ୍କୃତି କୁ ଦେଶ ବିଦେଶ ରେ ପହଂଚାଇବା କଳାକାର ମାନଙ୍କୁ ଏହି ମଂଚ ଗୋଟିଏ ସୁଯୋଗ ଅ।ଣି ଦେଇପାରିଛି ।