(କେନ୍ଦୁଝର /ବିଜୟ କୁମାର କାରୁଆ ): କେନ୍ଦୁଝରଜିଲ୍ଲା ତୁରୁମୁଙ୍ଗା ଥାନା ଯମୁନାପଶି ପଞ୍ଚାୟତ ଅନ୍ତର୍ଗତ ଗୋଡିପୋଖରୀ ଗ୍ରାମର ନନ୍ଦକିଶୋର ମହାନ୍ତ କାଲି ରାତିରେ ନିଜ ବାଡ଼ି କୂଅରେ ପଡି ମୃତ ଘଟିଥିଲା । ମୃତ ପରିବାର ଲୋକେ ରାତି ୮.୪୫ ସମୟରେ ପାଟଣା ସ୍ୱାସ୍ଥ୍ୟ କେନ୍ଦ୍ର କୁ ମୃତକଙ୍କ ଶବକୁ ଆଣି ଥିଲେ ! ଶବ କୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ରଖା ଯାଇଥିଲା ! ରାତି ୧.୩୦ ସମୟରେ ତାଙ୍କ ପୁଅ ସ୍ୱାସ୍ଥ୍ୟ କେନ୍ଦ୍ର ପହଂଚି ଡାକ୍ତର କୁ ଶବ ବ୍ୟବଛେଦ କାହିଁକି କଲେ ନାହିଁ ଓ ଯଦି ବ୍ୟବଛେଦ ନ କଲେ ଆଇସିୟୁ ରୁମରେ କଣ ପାଇଁ ରଖିଲେ ନାହିଁ କହି ଥିଲେ ! ଡ଼କ୍ଟର ରାତିରେ ଶବ ବ୍ୟବଛେଦ କରାଯାଏ ନାହିଁ କହିବାରୁ ଖରାପ ଭାଷାରେ ଗାଳି ଗୁରଜ ସହ ଆଙ୍ଗୁଳି ଦେଖାଇ ଜଣେ ପୋଲିସଆଉ ଜଣେ ମିଡ଼ିଆ ପ୍ରତିନଧି ର ପରିଚୟ ଦେଇ ଥିଲେ ! ଡାକ୍ତର ସାଗର ସୁବେନ୍ଦୁ ନାଏକ ସେମାନଙ୍କୁ ପରିଚୟ କାର୍ଡ ଦେଖାବାକୁ ସହ ଖରପ ଭାଷାରେ ଗାଳି ନ କରି ଚୁପ ହେବାକୁ କହିବାରୁ ଡାକ୍ତର କୁ ତିନିଜଣ ମିଶି ମାଡମାରୁ ଥିବା ସମୟର ଭିଡିଓ,କାର୍ୟ୍ୟରତ ନର୍ସ,ସୁରକ୍ଷାକର୍ମୀ,ଡ଼କ୍ଟର ଚିତ୍ତରଞ୍ଜନ ନାଏକ ମଧ୍ୟ ବୁଝାବା ବେକେ ଉତ୍ତେଜନା ବେଶୀ ବଢ଼ିବାରୁ ଥାନାକୁ ମଧ୍ୟ ଖବର ଦେବା ପାଇଁ ସୁରକ୍ଷାକର୍ମୀ ନିଜେ ଯିବା ସତ୍ତ୍ୱେ ପୋଲିସ ଘଟଣାସ୍ଥଳରେ ବିଳିମ୍ବରେ ପହଂଚି ଥିଲା ସୁରକ୍ଷାକର୍ମୀ ଦର୍ଶାଇ ଛନ୍ତି ! ମାଡମାରି ବା ଖରପ ଭାଷାରେ ଗାଳି ଗୁରଜ କରିବା କୁ ନେଇ ଡ଼କ୍ଟର ସାଗରସୁବେନ୍ଦୁ ନାଏକ, ଚିତ୍ତରଞ୍ଜନ ନାଏକ ପାଟଣା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ! ମାଡ ମାରିବା,ଗୁରଜ ଭିଡିଓ ଓ ଲିଖିତ ଅଭିଯୋଗ,କୁ ଭିତିକରି ପାଟଣାଥାନା ଅଧିକାରୀ ସନ୍ଧ୍ୟାରାଣୀ ଜେନା ୨୭/୨୦ ଏକ କେଶ ରୁଜକରି କୃଷ୍ଣ ମହାନ୍ତ,ମଙ୍ଗୁଳୁ ମହାନ୍ତ,ଯଶୋବନ୍ତ ମହାନ୍ତ ଙ୍କୁ କୋର୍ଟ ଚାଲାଣ କରିଛି !