ନୂଆଦିଲ୍ଲୀ: ରାହୁଲ ଗାନ୍ଧିଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ପରେ କଂଗ୍ରେସରେ ଦେଖାଦେଇଛି କମ୍ପନ । ଦିଲ୍ଲୀରେ ଜରୁରୀ ବୈଠକ ଡାକିଲା ଦଳ ।୨୦୧୯ରେ ଦେଇଥିବା ମୋଦି ସାଙ୍ଗିଆ ନେଇ ଦେଇଥିବା ବିବାଦୀୟ ମନ୍ତବ୍ୟ ରାହୁଲଙ୍କୁ ମହଙ୍ଗା ପଡିଛି । ଯାହାକୁ ନେଇ ଦିଲ୍ଲୀରେ ଜରୁରୀକାଳୀନ ବୈଠକ ଠାକିଛି କଂଗ୍ରେସ । ଏଆଇସିସି ଦିଲ୍ଲୀ ମୁଖ୍ୟାଳୟାରେ ସନ୍ଧ୍ୟା ୫ରେ ବୈଠକ ହେବ ବୋଲି ସୂଚନା ମିଳିଛି । ଏହି ବୈଠକରେ ଷ୍ଟିୟରିଂ କମିଟି ସଦସ୍ୟ ପିସିସି ସଭାପତି, ସିଏଲପି ନେତା ଯୋଗଦେବା ନେଇ ସୂଚନା ରହିଛି । ତେବେ ଏହି ବୈଠକର ଅଧ୍ୟକ୍ଷତା ଦଳର ସଭାପତି ମଲ୍ଲିକାର୍ଜୁନ ଖଡ୍ଗେ କରିବେ ବୋଲି ଜଣାପଡିଛି । ରାହୁଲଙ୍କ ରାହୁଲ ଗାନ୍ଧିଙ୍କୁ ୨ ବର୍ଷ ଜେଲ୍ ଦଣ୍ଡାଦେଶ ଘଟଣା ନେଇ ସମୀକ୍ଷା ହେବ ।ରାହୁଲ ଗାନ୍ଧୀ ଦୋଷୀ ସାବ୍ୟସ୍ତ ହେବା ପରେ ଦଳର ଆଗାମୀ କାର୍ୟ୍ୟପନ୍ଥା କ’ଣ ହେବ ସେନେଇ ବୈଠକରେ ଆଲୋଚନା ହୋଇପାରେ । ବିଭିନ୍ନ ରାଜ୍ୟରେ ଏନେଇ ପ୍ରତିବାଦ କରିବା ପାଇଁ ମଧ୍ୟ ଯୋଜନା ପ୍ରସ୍ତୁତ କରିପାରେ ଦଳ । ଏପଟେ କୋର୍ଟଙ୍କ ରାୟ ପରେ ସଂଙ୍କଟରେ ରାହୁଲଙ୍କ ସାଂସଦ ପଦ । ଆଗାମୀ ନିର୍ବାଚନ ଲଢ଼ିବା ନେଇ ମଧ୍ୟ ଆଶଙ୍କା ।