(ହରପ୍ରସାଦ ବିଶୋଇ)ଭୁବନେଶ୍ୱର: ଆଜି ଶକ୍ତି, ଶିଳ୍ପ, ଏମଏସଏମଇ ଓ ଗୃହ ବିଭାଗୀୟ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଦିଲ୍ଲୀସ୍ଥିତ ମୁଖ୍ୟ ଆବାସିକ କମିଶନ କାର୍ଯ୍ୟାଳୟରେ ସମୀକ୍ଷା କରିଛନ୍ତି । ଓଡ଼ିଶା ସରକାରଙ୍କ ଗୃହ ବିଭାଗ ଅଧିନରେ ରହିଥିବା ମୁଖ୍ୟ ଆବାସିକ କମିଶନରେ କାର୍ଯ୍ୟାଳୟର କାର୍ଯ୍ୟବୃଦ୍ଧିକୁ ପ୍ରଶଂସା କରିବା ସହିତ ଏହାକୁ ଆହୁରୀ ବ୍ୟାପକ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ । ଫନି ସମୟରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନ କରି ବିଭିନ୍ନ ପଦକ୍ଷେପ ଓ ଥଇଥାନ ଦିଗରେ ଯେଉଁ କାର୍ଯ୍ୟ ସମ୍ପାଦନ କରିଛନ୍ତି । ତାହାକୁ ମନ୍ତ୍ରୀ ଦିବ୍ୟଶଙ୍କର ପ୍ରଶଂସା କରିଛନ୍ତି ଏବଂ ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗ ସହିତ ସମନ୍ୱୟ ରକ୍ଷା କରି ବିଭିନ୍ନ ବିଭାଗ ନିମନ୍ତେ ଭାରତ ସରକାରଙ୍କ ଠାରୁ ଅନୁଦାନ ପ୍ରାପ୍ତ ହୋଇ ଓଡ଼ିଶାର ବିକାଶ ଦିଗରେ ବିନିଯୋଗ ହେଉଥିବା କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦେଇଥିଲେ ।
ମୁଖ୍ୟ ଆବାସିକ କମିଶନର କାର୍ଯ୍ୟାଳୟର ସମସ୍ତ କାର୍ଯ୍ୟ ସମ୍ପାଦନ ଦିଗରେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ୫ଟି ଆଧାରରେ କାର୍ଯ୍ୟ କରିବାକୁ ମନ୍ତ୍ରୀ ଶ୍ରୀ ମିଶ୍ର ସମୀକ୍ଷା ବୈଠକରେ ଉପସ୍ଥିତ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ କହିଥିଲେ । ସମୀକ୍ଷା ବୈଠକରେ ମୁଖ୍ୟ ଆବାସିକ କମିଶନର ତୁହିନ କାନ୍ତ ପାଣ୍ଡେ,ଅତିରିକ୍ତ ଆବାସିକ କମିଶନର ସଞ୍ଜୀବ କୁମାର ମିଶ୍ର ଏବଂ ସପୃକ୍ତ ବିଭାଗୀୟ ସମସ୍ତ ଅଧିକାରୀ ଓ କର୍ମଚାରୀ ଗଣ ଉପସ୍ଥିତ ଥିଲେ ।