ଜୀବନ ପାଇଁ ସଂଘର୍ଷ

(ଜୟନ୍ତ କୁମାର ସେଠୀ)ଗୋପ: ରାଜ୍ୟ ସରକାର ଯୋଜନା ପରେ ଯୋଜନା କରି କରିଚାଲିଛନ୍ତି । କିନ୍ତୁ ଏହି ଯୋଜନା କେତେ ଫଳପ୍ରଦ ହେଉଛି ତାହାର ସଠିକ ତଥ୍ୟ ଖୋଦ ସରକାରଙ୍କ ପାଖରେ ନଥିବ । ଏହାର ଏକ ସ୍ପଷ୍ଟ ଉଦାହରଣ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଳକ ଅନ୍ତର୍ଗତ ତାଳଦା ପଞ୍ଚାୟତର ବିଦୁଲତା ସ୍ଵାଇଁଙ୍କ ପରିବାରରେ ଦେଖିବାକୁ ମିଳିଛି । ବିଦୁଲତା ସ୍ୱାଇଁ ଙ୍କ ଜୀବନ ଏତେ ସଂଘର୍ଷ ମୟ ନ ଦେଖିଲେ ବିଶ୍ୱାସ କରିହେବନି। ବୟସ ପାଖାପାଖି ୬୨ ହେବ । ତାଙ୍କ ସଂସାର କହିଲେ ରୋଗଗ୍ରସ୍ତ ସ୍ବାମି ବାବାଜୀ ସ୍ବାଇଁ ଓ ବିବାହିତ ଝିଅ ସସ୍ମିତା ସ୍ବାଇଁ। ସବୁକିଛି ଠିକ୍ ଥିଲା ମାତ୍ର ଆଜିକୁ ପ୍ରାୟ ଏକ ବର୍ଷ ହେବ ହଠାତ୍ ଦିନେ ବିଦୁ ଲତାଙ୍କ ବ୍ରନ ପାରାଲେସିସ ହେବା ଯୋଗୁ ସେ ବିଛଣାରେ ପଡ଼ିବା କିଛିଦିନ ପରେ ସ୍ବାମୀ ବାବାଜୀ ମଧ୍ୟ ଟିବି ରେ ଆକ୍ରାନ୍ତ ହୋଇଥିଲେ ।ଏହା ପରେ ବୋଝଉପରେ ନଳିତା ବିଡା ପରି ସ୍ବାମି ପରିତ୍ୟକ୍ତା ହୋଇ ଝିଅ, ତାଙ୍କ ପାଖରେ ରହୁଛି। ଏହି ସମୟରେ ପ୍ରଳୟଙ୍କରୀ ଫନି ବାତ୍ୟା ତାଙ୍କ ବଞ୍ଚିବା ଆଶାକୁ ଖିଣ କରିଥିବା କୋହଭରା କଂଠରେ ବିଦୁଲତା କହିଛନ୍ତି । ଫନିରେ ତାଙ୍କ ଝାଟିମାଟି ଘର ସଂପୂର୍ଣ ନଷ୍ଟ ହୋଇଥିବା ବେଳେ ଏବେ ସେ ପର ହାତ ଟେକାରେ ପଞ୍ଚାୟତ ର ରାଜୀବ ଗାନ୍ଧୀ ସେବା କେନ୍ଦ୍ର ରେ ରହୁଛନ୍ତି । ଗୋଟିଏ ପଟେ ଜୀବନ ପାଇଁ ସଂଘର୍ଷ ଓ ଅନ୍ୟପଟେ ପ୍ରଶାସନ ର ଅଣଦେଖା ତାଙ୍କ ମନୋବଳକୁ ଦୁର୍ବଳ କରିଛି । ଫନିକୁ ବିତିଗଲାଣି ୯ ମାସ କିନ୍ତୁ ଏ ପର୍ୟ୍ୟନ୍ତ କୌଣସି ପଂଚାୟତ ପ୍ରତିନିଧି ଠାରୁ ଆରମ୍ଭ କରି ରାଜ୍ୟ ପର୍ୟ୍ୟନ୍ତ କୌଣସି ଲୋକଙ୍କ ପାଦପଡିନଥିବା ବିଦୁଲତା କହିଛନ୍ତି। କୌଣସି ସରକାରୀ ସହାୟତା ତାଙ୍କ ପାଖରେ ପଂହଚି ନଥିବା ଅଭିଯୋଗ କରିଛନ୍ତି ।ଏମିତିକି ସ୍ୱାସ୍ଥ୍ୟ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ଆଠୁ ତାଠୁ ମାଗି ଜାଚି ମେଡିକାଲ ଯାଇଥିଲେ ମଧ୍ୟ ସରକାରୀ ସ୍ବାସ୍ଥ୍ୟ ବୀମା ତାଙ୍କ ପାଇଁ ସାତ ସପନ। ସରକାରଙ୍କର ବିଭିନ୍ନ ଯୋଜନା କାହାପାଇଁ ବେଲି ପ୍ରଶ୍ନ କରିଛନ୍ତି ପିଡିତ ବାବାଜୀ ସ୍ୱାଇଁ।
ଯେଉଁଠି ରାଜ୍ୟ ସରକାର ସମସ୍ତଙ୍କୁ ମୋ ପରିବାର ର ସଦସ୍ୟ କହୁଛନ୍ତି ସେ ପରିବାରର ବିଦୁଲତା ସ୍ବାଇଁ କଣ ଏକ ମେମ୍ବର ନୁହଁନ୍ତି କି? ଆଜିକୁ ୯ମାସହେବ ରାଜିବ ଗାନ୍ଧୀ ସେବା କେନ୍ଦ୍ର ରେ ଅସହାୟ ଅବସ୍ଥାରେ ଥିବା ବିଦୁଲତା ସଂପର୍କରେ ସରକାର ଙ୍କ ପାଖରେ କଣ ସୂଚନା ନାହିଁ? ବାବାଜୀ ସ୍ବାଇଁ ଏକ ଗରୀବ ଦିନ ମଜୁରିଆ ହୋଇଥିବାରୁ ତାର କରୁଣ ଚିତ୍କାର କଣ ସରକାରୀ ବାବୁ ମାନଙ୍କ କାନରେ ବାଜୁନି ? ଚେଇଁ ଶୋଇଥିବା ପ୍ରଶାସନିକ ଅଧିକାରୀଙ୍କ ନିଦ କେବେ ଭାଙ୍ଗିବ ଓ ବିଦୁଲତା ପରିବାର ପ୍ରତି ଆଶା ବାଡି ସାଜିବ ତାହା ଦେଖିବାପାଇଁ ବାକି ରହିଲା।