(ଉତ୍ତରାଖଣ୍ଡ) : ଅବହେଳା କାରଣରୁ କୁମ୍ଭ ମେଳାରେ କରୋନା ସଂକ୍ରମଣ ବେକାବୁ । କୁମ୍ଭ ସମାପନର ଘୋଷଣା କରିଥିବା ଶ୍ରୀ ପଞ୍ଚାୟତୀ ନିରଞ୍ଜନୀ ଅଖାଡେର ୨୨ ଜଣ ସନ୍ଥ ଶୁକ୍ରବାର କରୋନା ସଂକ୍ରମିତ ହୋଇଛନ୍ତି । ଅଖାଡେର ସଚିବ ରବିନ୍ଦ୍ର ପୁରୀ ମହାରାଜ ମଧ୍ୟ ସଂକ୍ରମଣର ଶିକାର ହୋଇଛନ୍ତି । ଅଖାଡ଼େର ଆଚାର୍ଯ୍ୟ ମହାମଣ୍ଡଳେଶ୍ୱର କୌଳାସାନନ୍ଦ ଗିରୀ ମହାରାଜ ମଧ୍ୟ ନିଜକୁ ଆଇସୋଲେଟ୍ କରିଛନ୍ତି । ଗତ ୨୪ ଘଂଟା ମଧ୍ୟରେ ୫୯୨ ଜଣ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି ।