ନୂଆଦିଲ୍ଲୀ: ଦରଦାମ ବୃଦ୍ଧିକୁ ନେଇ ଦେଶର ଖାଉଟିଙ୍କ ମଧ୍ୟରେ ଚିନ୍ତାର ବାତାବରଣ ସୃଷ୍ଟି ହୋଇଛି। ତେବେ ଏହାରି ମଧ୍ୟରେ ଏକ ଆଶ୍ୱସ୍ତିର ଖବର ସାମ୍ନାକୁ ଆସିଛି। ପେଟ୍ରୋଲିୟମ କମ୍ପାନୀମାନେ ଜୁଲାଇ ମାସର ପ୍ରଥମ ଦିନରେ ବ୍ୟବସାୟିକ ସିଲିଣ୍ଡିରର ଦାମ କମାଇଦେଇଛନ୍ତି। କିନ୍ତୁ ଘରୋଇ ସିଲିଣ୍ଡିରର ଦାମରେ କୌଣିସ ପ୍ରକାର ପରିବର୍ତ୍ତନ ହୋଇନାହିଁ। ଦେଶର ରାଜଧାନୀ ଦିଲ୍ଲୀରେ ୧୯ କିଲୋଗ୍ରାମ ବ୍ୟବସାୟିକ ସିଲିଣ୍ଡିର ପିଛା ୧୯୮ ଟଙ୍କା କମିଥିବାବେଳେ କଲିକତାରେ ୧୮୨ ଟଙ୍କା ମୁମ୍ବାଇରେ ୧୯୦. ୫୦ ରେ ଚେନ୍ନାଇରେ ୧୮୭ ଟଙ୍କା କମାଇଦିଆଯାଇଛି। ଦର କମିବା ପରେ ଦିଲ୍ଲୀରେ ସିଲିଣ୍ଡର ପିଛା ୨୦୨୧ ଟଙ୍କା ରହିଥିବାବେଳେ ପୂର୍ବରୁ ୨୨୧୯ ଟଙ୍କାରେ ମିଳୁଥିଲା। ଗତ ଜୁନ୍ ମାସରେ ସିଲିଣ୍ଡର ପିଛା ୧୧୯ ଟଙ୍କା କମିଥିଲା। ସେହିପରି ଘରୋଇ ଗ୍ୟାସ ସିଲିଣ୍ଡର ଦାମରେ କୌଣସି ପରିବର୍ତ୍ତନ ହେଉନଥିବାରୁ ୧୪. ୨ ସିଲିଣ୍ଡର ପିଛା ଦିଲ୍ଲୀ ଓ ମୁମ୍ବାଇରେ ୧୦୦୩ ଟଙ୍କା ଥିବାବେଳେ କଲିକତାରେ ୧୦୨୯ ଟଙ୍କା, ଚେନ୍ନାଇ ୧୦୧୯, ଉତ୍ତରପ୍ରଦେଶରେ ୧୦୪୧ ଟଙ୍କା ରହିଥିବାବେଳେ ଭୁବନେଶ୍ୱରେ ୧୦୨୯ ଦାମ ରହିଛି।