ଓକାକ ଠକେଇର ଚେର ଲମ୍ବିଛି ନାଇଜେରିଆକୁ

ଭୂବନେଶ୍ୱର : ଓକାକ ଠକେଇର ନାଇଜେରିଆକୁ ଲମ୍ବିଛି ଚେର । ଠକେଇର ୧୦ ପ୍ରତିଶତ କମିଶନ ନେଇଥିଲା ପାସ୍କେଲ । ଫେରାର ଆଉ ଜଣେ ଅଭିଯୁକ୍ତ ନାଇଜେରିଆର ହୋଇଥିବା ନେଇ ସୂଚନା ମିଳିଛି । ଠକେଇ ସଂପର୍କରେ କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡାଙ୍କ ସୂଚନା ।
ସୂଚନାନୁଯାୟୀ, ନଭେମ୍ବର ୧୧ ରେ ଓକାକ ସିଇଓ ମନୋଜ ପଟ୍ଟନାୟକଙ୍କ ହ୍ୱାଟସ ଆପ ନମ୍ବର ହ୍ୟାକ୍ ହୋଇଥିଲା । ହ୍ୱାଟ୍ସଆପ ନମ୍ବର ହ୍ୟାକ୍ କରି ସମ୍ପର୍କୀୟଙ୍କୁ ଟଙ୍କା ମାଗିଥିଲେ ହ୍ୟାକର୍ । ଏପରି କରି ୫ ଜଣଙ୍କ ଠାରୁ ୭ ଲଷ ଟଙ୍କା ଲୁଟି ନେଇଥିଲେ ହ୍ୟାକର୍ । ଜଣେ ସମ୍ପର୍କୀୟଙ୍କ ଫୋନ ଆସିବା ପରେ ସେ ଏ ବିଷୟରେ ଜାଣିବାକୁ ପାଇଥିଲେ । ଏହାପରେ ସହିଦ ନଗର ଥାନାରେ ସେ ଅଭିଯୋଗ କରିଥିଲେ ।