ପୁଣି କରୋନା ନେଲା ମୁଣ୍ଡ । ଓଡିଶାରେ ଏ ବର୍ଷ ପ୍ରଥମ କରୋନା ଆକ୍ରନ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଗତ କିଛିଦିନ ତଳେ ଭୁବନେଶ୍ୱରର ଜଣେ ବୃଦ୍ଧ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ସେ ଘରେ ରହି ଚିକିତ୍ସିତ ହେଉଥିଲେ । ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତୁ୍ୟ ଘଟିଥିବା ଜଣାପଡିଛି । ୮୦ ବର୍ଷ ର ବୃଦ୍ଧ କରୋନା ସହ ଅନେକ ଜଟିଳ ରୋଗ ରେ ମଧ୍ୟ ଆକ୍ରାନ୍ତ ହୋଇଥିବା କୁହାଯାଇଛି । ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।