ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ

(ରିପୋର୍ଟସ ଟୁଡ଼େ): ଆସନ୍ତା ୧୨ ଘଣ୍ଟାରେ ମଧ୍ୟରେ ଦକ୍ଷିଣ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃ୍ଷ୍ଟି ହେବ ଲଘୁଚାପ । ୧୩ ରୁ ୧୪ ତାରିଖ ମଧ୍ୟାରେ ଲଘୁଚାପ ବଳୟ ଅବପାତର ରୂପ ନେବ । ପରବର୍ତୀ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ଗଭୀର ଅବପାତରେ ପରିଣତ ହୋଇ ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ପ୍ରଭାବରେ ଦକ୍ଷିଣ ଭାରତର ବିଭିନ୍ନ ରାଜ୍ୟରେ ବର୍ଷା ହେବ। ଏହି ସମୟରେ ଅବପାତ ବାତ୍ୟା ରୂପ ନେଇ ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଅଗ୍ରସର ହେବ ବୋଲି ଆକଳନ କରାଯାଇଛି। ବାତ୍ୟା ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଆସିବାକୁ ଥିଲେ ମଧ୍ୟ ତାହାର ପ୍ରଭାବ ଓଡ଼ିଶା ଉପରେ କିଛି ମାତ୍ରାରେ ପଡ଼ିବ। ବାତ୍ୟା କିମ୍ବା ପବନ ହେବା ନେଇ ଏ ପର୍ୟ୍ୟନ୍ତ ଚିତ୍ର ସ୍ପଷ୍ଟ ହେଉ ନ ଥିଲେ ମଧ୍ୟ ବର୍ଷା ହେବାର ସମ୍ଭାବନା ଅଧିକ ରହିଛି। ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ୧୬ ତାରିଖ ପରେ ପ୍ରବଳ ବର୍ଷା ହେବାର ଆଶଙ୍କା ପ୍ରକାଶ ପାଇଛି।
ବିଲଶେଷକରି ଗଞ୍ଜାମ, ଗଜପତି, କୋରାପୁଟ ଜିଲ୍ଲାରେ ପ୍ରଭାବ ପଡ଼ିବ। ଉପକୂଳ ଓଡ଼ିଶାର କେତେକ ଜିଲ୍ଲାରେ ବି ହାଲକା ବର୍ଷା ହୋଇପାରେ। ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କହୁଛି ଯେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ବଳୟ ସୃଷ୍ଟି ହେବ। ପ୍ରଭାବରେ ସୋମବାରଠାରୁ ଆଣ୍ଡାମାନ ନିକୋବରରେ ପ୍ରବଳ ବର୍ଷା ଲାଗି ରହିବ। ଏହା ସମୁଦ୍ର ଭିତରେ ରହୁଥିବାରୁ ୧୪ ତାରିଖ ପର୍ୟ୍ୟନ୍ତ ଉପକୂଳବର୍ତ୍ତୀ ରାଜ୍ୟଗୁଡ଼ିକ ପାଇଁ ସେଭଳି ବିପଦ ନାହିଁ।