ଆନ୍ତର୍ଜାତିକ ନାଟକ ମହୋତ୍ସବ ଉଦଘାଟିତ

ପାରାଦୀପ:- ଜାତୀୟ ନାଟ୍ୟ ବିଦ୍ୟାଳୟ  ନୂଆ ଦିଲ୍ଲୀ, ପାରାଦୀପ ବନ୍ଦର ଓ କାନମାସ୍ ପାରାଦୀପର ମିଳିତ ଆନୁକୁଲ୍ୟରେ ପାରାଦୀପର ଜୟଦେବ ସଦନ ଠାରେ ୨୫ତମ ଆନ୍ତର୍ଜାତିକ ନାଟକ ମହୋତ୍ସବ ହୋଇଯାଇଛି । କାନମାସର ଉପଦେଷ୍ଟା କ୍ୟାପଟେନ ଅତୁଲ୍ୟ ମହାପାତ୍ରଙ୍କ ସଭାପତିରେ ଆୟୋଜିତ ଉଦଘାଟନ କାର୍ଯ୍ୟକ୍ରମରେ ଆଇ.ଓ.ସି.ଏଲ ର ଇଡି କୋଷିକ ବସୁ, କଳାକାର କେ ଶ୍ରୀନିବାସ ରାଓ, ସ୍ତମ୍ଭକାର ଗୌରହରି ଦାସ, ସିନେ କଳାକାର ସମରେଶ ରାଉତରାୟ,  ବନ୍ଦର ସଚିବ କେ ବାପି ରାଜୁ, ସି.ଏମ.ଇ ସୁଶିଲ ନାହାକ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଥିଲେ । ଉଦ୍ଘାଟନୀ ସନ୍ଧ୍ୟାରେ କଲେକ୍ତିଭ ମାଡନେସ ଷ୍ଟୁଡିଓ, ମୁମ୍ବାଇର କଳାକାର ମାନେ ମନୀଷ ବର୍ମାଙ୍କ ନିର୍ଦ୍ଦେଶନାରେ ହିନ୍ଦୀ ଭାଷାର ନାଟକ ଜମ୍ପ ମଞ୍ଚସ୍ତ କରିଥିଲେ । ଆତ୍ମହତ୍ୟା ଏକ ମହାପାପ ଏବଂ ଏହା ମଣିଷ ଜୀବନ ତଥା ସମାଜକୁ କିପରି ପ୍ରଭାବିତ କରେ ତାହାକୁ କଳାକାରମାନେ ଦର୍ଶାଇଥିଲେ । ଜୀବନର ସବୁ ଝଡ଼ ଝଞ୍ଝାକୁ ସାମନା କରି ଆତ୍ମହତ୍ୟା ଠୁ ଦୂରେଇ ରହିବା ହିଁ ମଣିଷର ସଂକଳ୍ପ ହେବା ଆବଶ୍ୟକ । ଯେଉଁ ନାଟକଟି ଦର୍ଶକଙ୍କୁ ବାନ୍ଧି ରଖିଥିଲା ।