(ବ୍ୟୁରୋ) : ଆମ ଓଡିଆ ପରମ୍ପରା ନିଆରା । ଆଉ ଯାହାକୁ ନେଇ ଗର୍ବକରେ ଓଡିଆ । କୁହାଯାଏ ୧୨ ମାସରେ ୧୩ ପର୍ବ ପାଳନ ହୁଏ । ଆଜି ମାର୍ଗଶୀର ମାସ ଅଷ୍ଟମୀ, ଯାହାକୁ ପ୍ରଥମାଷ୍ଟମୀ ଭାବରେ ପାଳନ କରାଯାଉଛି । ବିଶେଷ ଭାବେ ଘରର ବଡ ମାନଙ୍କ ପାଇଁ ଏହି ପର୍ବଟି । ନୂଆ ଡ୍ରେସ ସାଙ୍ଗକୁ ପିଠାର ବାସ୍ନା ଆହା ମନ ପୁରି ଉଠେ । ଆଜି ସମସ୍ତଙ୍କ ଘରେ ପିଠାପଣାର ମହକ । ଚଳଚଂଚଳ ଗାଁ ଠୁ ସହର । ମାର୍ଗଶୀର ମାସ ଅଷ୍ଟମୀରେ ହଳଦୀ ପିଠାର ବେଶି ଚାହିଦା ଦେଖାଯାଏ । ଶିଳରେ ଭଲ ଭାବରେ ବଟାଯାଇ ପ୍ରସ୍ତୁତ କରାଯାଏ ହଳଦୀ ପତରରେ ଏଣ୍ଡୁରୀ ପିଠା । ଛେନା ପୁରରେ ପ୍ରସ୍ତୁତ ହୋଇଥିବା ଏହି ହଳଦି ପତରରେ ଏଣ୍ଡୁରୀ ମହକରେ ସତେ ଯେମିତି ପୁରୀ ଉଠୁଛି ଘର ପରିବେଶ ।