(ରିପୋଟର୍ସ ଟୁଡେ/ଭୁବନେଶ୍ୱର): କୋରୋନା ସଂକ୍ରମଣ ପାଇଁ ଦେଶରେ ଲକଡାଉନର ଅବଧିକୁ ମେ ୩ ତାରିଖ ପର୍ଯ୍ୟନ୍ତ ରଖାଯାଇଛି । ସେ ପର୍ଯ୍ୟନ୍ତ ଅତ୍ୟାବଶ୍ୟକ କାମ ନ ପଡିିଲେ ଘରୁ ବାହାରକୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି । ତେବେ ଲକଡାଉନକୁ ନଜରରେ ରଖି ଛାତ୍ରଛାତୀଙ୍କ ପଢାରେ କୌଣସି ଅବସୁବିଧା ନ ହେବ ସେଥିପାଇଁ ସରକାରଙ୍କ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି । ଏଥିପାଇଁ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟକୁ ଉଚ୍ଚ ଶିକ୍ଷା ସଚିବ ଚିଠି ଲେଖିଛନ୍ତି । କଲେଜ ଓ ବିଶ୍ୱବିଦ୍ୟାଳୟକୁ ଆସି ପଢିବା ସମ୍ଭବ ହେବ ନାହିଁ । ଏଥିପାଇଁ ଆବଶ୍ୟକ ପଡିଲେ ଛାତ୍ରଛାତ୍ରୀମାନେ ଅନଲାଇନ ମାଧ୍ୟମରେ ପାଠ ପଢି ପାରିବେ । ସେଥିପାଇଁ ଏବେ ଥିଓରୀ ଓ ପ୍ରାକ୍ଟିକାଲ ପରୀକ୍ଷା ହେବ ନାହିଁ । ଏହା ସହ ହଷ୍ଟେଲରେ କୌଣସି ଛାତ୍ରଛାତ୍ରୀ ରହିପାରିବେ ନାହିଁ ବୋଲି ସୂଚନା ମିଳିଛି । ଯାହାକି ପୂର୍ବରୁ ଥିବା ଲକଡାଉନ କଟକଣାକୁ ସାମନ୍ୟ କୋହୋଳ କରିଛନ୍ତି ଉଚ୍ଚ ଶିକ୍ଷା ବିଭାଗ । ଛାତ୍ରଛାତ୍ରୀମାନେ ଗୁରୁତ୍ୱପୂର୍ଣ୍ଣ ସାର୍ଟିଫିକେଟ ଅନଲାଇନରେ ନେଇପାରିବେ ବୋଲି ମଧ୍ୟ କୁହାଯାଇଛି । ଏହା ସହ ସର୍ଟ ନୋଟିସରେ ପରୀକ୍ଷା ପାଇଁ ପ୍ରସ୍ଥୁତ ରହିବାକୁ କହିଛି ଉଚ୍ଚ ଶିକ୍ଷା ବିଭାଗ । ଲକଡାଉନ କଟକଣା ଉଠିବା ପରେ ଯଥାଶିଘ୍ର ପରୀକ୍ଷା ହୋଇପାରେ । ଯେଉଁସବୁ ପରୀକ୍ଷା ବାକି ରହିଛି ସେଗୁଡିକର ମୁଲ୍ୟଙ୍କନ କରାଯିବା । ଜୋନ ସ୍ତରୀୟ ମୁଲ୍ୟାଙ୍କନକୁ ଅନୁମତି ଦିଆଯିବ ନାହିଁ । ଗ୍ରୃପ-ଏ ଅଧିକାରୀମାନେ କାର୍ଯ୍ୟ କ୍ଷେତ୍ରକୁ ଆସିବା ପାଇଁ କୁହାଯାଇଛି । ଗ୍ରୃପ -ବି, ସି, ଡି ର ଏକ ତ୍ରୃତୀୟାଶଂ କର୍ମଚାରୀ ମଧ୍ୟ କାର୍ଯ୍ୟାଳୟରେ ଯୋଗ ଦେବେ । କାର୍ଯ୍ୟାଳୟରେ କାମ କରିବା ସମୟରେ ସାମଜିକ ଦୂରତା ଅବଲମ୍ବନ କରିବା ସହ ସ୍ୱଛ୍ଛତା ଉପରେ ଧ୍ୟାନ ଦେବାକୁ ଉଚ୍ଚ ଶିକ୍ଷା ସଚିବ ଚିଠିରେ ଉଲ୍ଲେଖ କରାଯାଇଛି ।