୨ ପୃଥକ ସ୍ଥାନରୁ ମୃତଦେହ ଉଦ୍ଧାର, ପରିବାର ଆଣିଲେ ହତ୍ୟା ଅଭିଯୋଗ

ସେକ ଫୈଜାନ କାଦ୍ରୀ/ ଭଦ୍ରକ; ସତ୍ୟଜିତ/ ବରି: ଦୋକାନ ଭିତରୁ ସନ୍ଦେହଜନକ ଅବସ୍ଥାରେ ମୃତ ଦେହ ଉଦ୍ଧାର ହୋଇଛି । ମୃତ ବ୍ୟକ୍ତି ଜଣକ ହେଲେ ଭଦ୍ରକ ଦୈସିଂ ଗ୍ରାମର ସାଧୁ ଚରଣ ମୁଣ୍ଡା । ସାଧୁ ମୁଣ୍ଡା ଗାଁରେ ଏକ ଦୋକାନ କରିଥିଲେ । ଗତକାଲି କୌଣସି କାରଣରୁ ସେ ଘରକୁ ଯାଇନଥିବା ବେଳେ. ଆଜି ସକାଳୁ ତାଙ୍କ ମୃତଦେହ ଦୋକାନ ଭିତରେ ପଡିଥିବା ପରିବାର ଲୋକ ଦେଖିବାକୁ ପାଇଥିଲେ । ବେକରେ କ୍ଷତ ଚି଼ହ୍ନ ସହ ଶରୀର ର ରକ୍ତ ଲାଗିଥିବା ରୁ ତାଙ୍କୁ କେହି ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକ । ଗ୍ରାମାଞ୍ଚଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସେହିପରି ଯାଜପୁର ଜିଲ୍ଲା ସଦର ଥାନା ଅଧୀନ ରୁଦ୍ରପୁର ପୋଲ ନିକଟ ବ୍ରାହ୍ମଣୀ ନଦୀରୁ ଜଣେ ନାବାଳିକାଙ୍କ ମୃତ ଦେହ ଉଦ୍ଧାର ହୋଇଛି । ମୃତ ଦେହଟି କାକୁଡି କୁଦ ଗାଁର ଜୟନ୍ତ ପତିଙ୍କ ୧୭ ବର୍ଷୀୟା ଝିଅ ସାବିତ୍ରୀ ପତିଙ୍କର । ସେ ୪ ଦିନ ହେବ ନିଖୋଜ ଥିଲେ । ଏନେଇ ପରିବାର ପକ୍ଷରୁ ବରୁଆଁ ସଦର ଥାନାରେ ଅଭିଯୋଗ ହୋଇଥିଲା। ସକାଳୁ ସ୍ଥାନୀୟ ଲୋକେ ମୃତଦେହ ଭାସୁଥିବା ଦେଖିôବାକୁ ପାଇଥିଲେ । ଖବର ପାଇ ଜୟନ୍ତ ଆସି ମୃତଦେହ ତାଙ୍କ ଝିଅର ବୋଲି ଚିହ୍ନଟ କରିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଛେଦ ପାଇଁ ପଠାଇଛନ୍ତି। ପରିବାର ପକ୍ଷରୁ ଏକ ହତ୍ୟା ଅଭିଯୋଗ ହୋଇଛି ।