୨ ପୁଲିସ କର୍ମଚାରୀଙ୍କ ଦ୍ୱାରା ବିଦେଶିନୀ ଦୁଷ୍କର୍ମର ଶୀକାର

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଉତ୍ତରପ୍ରଦେଶର ମଥୁରା ଜିଲ୍ଲାରେ ଜଣେ ବିଦେଶିନୀଙ୍କୁ ଦୁଷ୍କର୍ମ ପରି ଅଭିଯୋଗ ହୋଇଛି ୟୁପି ପୁଲିସ୍ ନାମରେ। ୨ ପୁଲିସ କର୍ମଚାରୀ ଜଣେ ବିଦେଶୀ ମହିଳାଙ୍କର ଭିସା ଅବଧି ବଢାଇବା ବାହାନାରେ ଲକ୍ଷ୍ନୌ ନେଇ ତାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ମଧ୍ୟରେ ଜଣେ ରେଳବାଇ ପୁଲିସ ହୋଇଥିବା ବେଳେ ଅନ୍ୟଜଣେ ଇଣ୍ଟେଲିଜେନ୍ସ ବ୍ୟୁରୋର ।
ସୂଚନା ଅନୁଯାୟୀ, କିର୍ଗିସ୍ଥାନ ଜଣେ ମହିଳା ୪ ବର୍ଷ ପୂର୍ବେ ୟୁପିର ଜଣେ ଯୁବକଙ୍କୁ ପ୍ରେମ ବିବାହ କରିଥିଲେ । ଏହାପରେ ତାଙ୍କୁ ଭାରତର ନାଗରିକତ୍ୱ ମିଳିଥିଲା । ନାଗରିକତ୍ୱ ମିଳିବା ଆଗରୁ ତାଙ୍କ ଭିସା ଅବଧି ବଢାଇବାର ଆବଶ୍ୟକତା ଥିଲା । ସେ ଏହା ମଧ୍ୟରେ ଉପରୋକ୍ତ ଦୁଇ ପୁଲିସ କର୍ମଚାରୀଙ୍କ ସଂସ୍ପର୍ଷରେ ଆସଥିବାରୁ ସେମାନଙ୍କୁ ଭିସା ସମସ୍ୟା ସମ୍ପର୍କରେ ଜଣାଇଥିଲେ । ଭିସା କାମ କରିବାକୁ ତାଙ୍କୁ ଲକ୍ଷ୍ନୌ ନେଇଯାଇଥିଲେ ଜିଆରପି କର୍ମଚାରୀ । ଦୁଷ୍କର୍ମର ଭିଡିଓ କରି ତାଙ୍କୁ ବ୍ଲାକମେଲ କରୁଥିଲା ଅଭିଯୁକ୍ତ । ଏହା ପରେ ପୁଣି ଥରେ ମହିଳାଙ୍କୁ ଧମକ ଦେଇ ମଥୁରାର ଏକ ହୋଟେଲକୁ ଡାକିଥିଲେ । ସେଠାରେ ଆଇବିର କର୍ମଚାରୀ ସହ ମିଶି ଦୁଷ୍କର୍ମ କରିଥିଲା । ସେଠାରୁ ଆସିବା ପରେ ମହିଳା ଥାନାରେ ଅଭିଯୋଗ କରିଥିଲେ । ପୁଲିସ ମାମଲାର ତଦନ୍ତ କରୁଛି ।