ସରପଞ୍ଚଙ୍କୁ ଆକ୍ରମଣ ଘଟଣାରେ ବିଜେପି ପକ୍ଷରୁ ସତ୍ୟବାଦୀ ଥାନା ସମ୍ମୁଖରେ ଧାରଣା

(ଜୟନ୍ତ କୁମାର ସେଠୀ / ପୁରୀ): ସରପଞ୍ଚଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କୁ ଗିରଫ ଦାବି କରି ବିଜେପି ପକ୍ଷରୁ ସତ୍ୟବାଦୀ ଥାନା ସମ୍ମୁଖରେ ଧାରଣା ଦେଲେ ବିଜେପି କର୍ମୀ । ଗତକାଲି ରାତିରେ ସତ୍ୟବାଦୀ ବ୍ଲକ ଦାସବିଦ୍ୟାଧରପୁର ସରପଞ୍ଚ ହରିହରନନ୍ଦଙ୍କୁ ଦୁବୃର୍ତ୍ତ ମାନେ ଆକ୍ରମଣ କରିଥିବା ବେଳେ ସେ ଏବେ ଗୁରୁତର ଅବସ୍ଥାରେ ଚିକିତ୍ସିତ ଅଛନ୍ତି ।ସେପଟେ ଦୁର୍ବୁତ୍ତ ମାନଙ୍କ ପଛରେ ପ୍ରଭାବ ଶାଳୀ ରାଜନେତା ଥିବାର ଅଭିଯୋଗ କରି ଧାରଣା ଦେଇଛନ୍ତି ବିଜେପି କର୍ମୀ । ବିଜେପି ନେତା ଓମ ପ୍ରକାଶ ମିଶ୍ରଙ୍କ ନେତୁତ୍ଵରେ ବିଜେପି କର୍ମୀ ଓ ସରପଞ୍ଚଙ୍କ ପତ୍ନୀ ଥାନା ସମ୍ମୁଖରେ ଧାରଣା ଦେଇ ଅଭିଯୁକ୍ତ ଗିରଫ ଦାବୀ କରିବା ସହିତ ଏଭଳି ଘଟଣାରେ ସ୍ଥାନୀୟ ବିଧାୟକ ସଂପୃକ୍ତି ଥିବା ଅଭିଯୋଗ କରିବା ସହିତ ତାଙ୍କୁ ମଧ୍ୟ ଗିରଫ କରିବାକୁ ଦାବୀ ଧରି ଧାରଣା ଦେଇଛନ୍ତି । ସୂଚନାଥାଉକି ଗତକାଲି ରାତିରେ ସତ୍ୟବାଦୀ ବ୍ଲକ ଦାସବିଦ୍ୟାଧରପୁର ପଞ୍ଚାୟତ ସରପଞ୍ଚଙ୍କୁ ଦୁର୍ବୁତ୍ତ ମାନେ ଗୋଡାଇ ଗୋଡାଇ ଅ।କ୍ରମଣ କରିଥିଲେ । ସରପଞ୍ଚ ଏବେ ଚିକିତ୍ସାଧୀନ ଅଛନ୍ତି । ସେପଟେ ଗତକାଲି ସରପଞ୍ଚଙ୍କ ଆକ୍ରମଣ ଘଟଣାରେ ସଂପୃକ୍ତ ଥିବା ନେଇ ପୋଲିସ ଜଣକୁ ଗିରଫକରି କୋର୍ଟ ଚାଲାଣ କରିଛି ।