ଶ୍ରୀ ରାମ ଚରିତ ମାନସ ନବାନ୍ନ ପାରାୟଣ ଓ ପ୍ରବଚନ ମହାଯଜ୍ଞ ଅନୁଷ୍ଠିତ

(ଅନୁଗୁଳ /ଜ୍ୟୋତିରଞ୍ଜନ ଧର ): ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ଖମାର ଗ୍ରାମ ଯାତ୍ରା ପଡିଆ ଠାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶ୍ରୀରାମ ଚରିତ ମାନସ ନବାନ୍ନ ପାରାୟଣ ଓ ପ୍ରବଚନ ମହାଯଜ୍ଞ ଶୁଭାରମ୍ଭ ହୋଇଯାଇଛି । ଆଜି ତାହାର ୨ୟ ଦିବସ । ଏହି ଅବସରରେ ସୋମବାର ୧୦୮ କଳସ ଯାତ୍ରା ଗ୍ରାମ ଓ ବଜାର ପରିକ୍ରମା କରି ଯଜ୍ଞ ସ୍ଥଳକୁ ପହଞ୍ଚି ଥିଲା । ଗ୍ରାମ ନିକଟସ୍ଥ ଅରାଚୁଆ ନାଳରୁ ପାଣି ଉଠାଇଲା ପରେ ଗ୍ରାମ୍ୟ ଭ୍ରମଣ ପରେ ଯଜ୍ଞ ମଣ୍ଡପ ପାର୍ଶ୍ବରେ ସ୍ଥାପନ କରାଯାଇଥିଲା । ଏହାସହିତ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା\’ ଝାରୀ କୁଆଁ ଦେଇଙ୍କ ଚଳନ୍ତି ପ୍ରତିମା ଆଲମକୁ ମଧ୍ୟ ଯଥାବିଧି ପୂଜାନୀତି କରାଯାଇଥିଲା । ପଣ୍ଡିତ ପ୍ରସନ୍ନ ଆଚାର୍ଯ୍ୟ ଯୋଗଦେଇ ଯଜ୍ଞ କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ଯଜ୍ଞ କର୍ତ୍ତା ଭାବେ ହଳଧର ଗଡ଼ନାୟକ ଏବଂ ତାଙ୍କ ସହଧର୍ମିଣୀ ଚପଳା ଗଡ଼ନାୟକ ଯଜ୍ଞ ମଣ୍ଡପ ଠାରେ ଉପବେସନ କରିଥିଲେ । ପ୍ରବଚକ ଭାବେ ସୁଶ୍ରୀ ରୀନାରାଣୀ ନାୟକ, ପଣ୍ଡିତ ନିରଞ୍ଜନ ଶାସିନି, ପଣ୍ଡିତ ପ୍ରତାପ ନନ୍ଦ ପ୍ରମୁଖ ଯୋଗ ଦେଇ ପ୍ରତ୍ୟହ ସନ୍ଧ୍ୟାରେ ପ୍ରବଚନ ଦେବାର କାର୍ଯ୍ୟକ୍ରମ ସ୍ଥିର କରାଯାଇଛି । ତେବେ ପାରାୟଣ କମିଟି ସଭାପତି ମନୋଜ କୁମାର ଆଚାର‌୍ୟ୍ୟ, ଗ୍ରାମ ସଭାପତି କୁଳମଣି ଗଡ଼ନାୟକ, ଗ୍ରାମ ସମ୍ପାଦକ ଘାସିରାମ ମାଝୀ, ପାରାୟଣ କମିଟି ସମ୍ପାଦକ ରଶ୍ମି ରଞ୍ଜନ ମାଝୀ, ଉପଦେଷ୍ଟା ବାବୁଲାଲ ଗଡ଼ନାୟକ ପ୍ରମୁଖ ଉତ୍ସବ ପରିଚାଳନା କରିଥିବା ବେଳେ ଏହି ଧାର୍ମିକ କାର୍ଯ୍ୟକ୍ରମରେ ସମସ୍ତ ଗ୍ରାମବାସୀ ସହଯୋଗ କରୁଛନ୍ତି ।  ଚଳିତ ମାସ ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଆୟୋଜକଙ୍କ ସୂତ୍ରରୁ ପ୍ରକାଶ ।