ରାଜଧାନୀରେ ମଦ ପାଇଁ ହତ୍ୟା: ସାଙ୍ଗ ମାରିଲା ସାଙ୍ଗକୁ

(ଭୁବନେଶ୍ୱର): ରାଜଧାନୀରେ ନାରକୀୟ କାଣ୍ଡ । ସାମାନ୍ୟ ମଦ ପାଇଁ ସାଙ୍ଗକୁ ପିଟିପିଟି ହତ୍ୟା କଲା ସାଙ୍ଗ । ଏପରି ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଅଞ୍ଚଳରେ । ମୃତ ଯୁବକ ଜଣକ ହେଲେ ଚନ୍ଦକାର ରାହାସ ବେହେରାି । ରାହାସ ଓ ଅଭିଯୁକ୍ତ ସନାତନ ଗୋଟିଏ ଅଞ୍ଚଳରେ ବସବାସ କରନ୍ତି। ଉଭୟ ରାଜମିସ୍ତ୍ରୀ କାମ ଏକାଠି କରୁଥିବାରୁ ସେମାନଙ୍କ ମଧ୍ୟରେ ଥିଲା ଘନିଷ୍ଠତା । ଏକାଠି କାମ କରିବା, ମଦ ପିଇବା ସବୁ ଚାଲିଥିଲା । କିନ୍ତୁ ଆଜି ସକାଳୁ ମଦକୁ ନେଇ ଦୁହିଁଙ୍କ ମଧ୍ୟରେ ହୋଇଥିଲା ଝଗଡା । ସନାତନ ଏଥିରେ ଉତ୍କ୍ଷିପ୍ତ ହୋଇ ପାଖରେ ପଡିଥିବା ଏକ ଠେଙ୍ଗାରେ ରାହସକୁ କରିଥିଲା ଆକ୍ରମଣ । ଯେଉଁଥିରେ କି ରାହସଙ୍କ ମୃତ୍ୟୁ ହୋଇଥିଲା । ଏହାକୁ ନେଇ ମଣ୍ଡପ ବସ୍ତିରେ ତୀବ୍ର ଉତେଜନା ପ୍ରକାଶ ପାଇଛି । ପୁଲିସ ଘଟଣା ସ୍ଥଳରେ ପହଚିଂ ମୃତହେକୁ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଜାରି ରଖିଛି ।
ପୁଲିସ ଘଟଣା ସ୍ଥଳରେ ପହଚିଂ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଦେଇଛି ଓ ହତ୍ୟାକାରୀକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଉଛି ସେହି ବସ୍ତୀର ସନାତନ ମୁଣ୍ଡା । ପୁଲିସ ହତ୍ୟା ମାମଲା ରୁଜୁ କରି ଘଟଣାର ଛାନଭିନ ଜାରି ରଖିଛି ।