( ମୃତ୍ୟୁଞ୍ଜୟ ଭୋଇ /ରିପୋଟରର୍ସ ଟୁଡ଼େ ) : ଗଞ୍ଜାମ ଜିଲା ଅବକାରୀ ଗୋଇନ୍ଦା ବିଭାଗ ଓ ସ୍ଥାନୀୟ ପୋଲିସର ମିଳିତ ଉଦ୍ୟମରେ ଆଜି ସକାଳେ ତେପାପଲି, ମଝିଆପାଲି ଓ କୁଲାଙ୍ଗି ଆଦି ଅଞ୍ଚଳରେ ଚଢ଼ାଉ କରାଯାଇଛି । ଚଢାଉ କରିବା ସମୟରେ ୬ ହଜାର ଲିଟର ପୋଚ, ୩୫୦ ଲିଟର ମହୁଲି ମଦ ଓ ବିଦେଶୀ ମଦ ଜବତ କରାଯାଇଛି। ଏହି ଚଢ଼ାଉରେ ସୋରଡ଼ା ତହସିଲଦାର ଅମର କୁମାର ବସନ୍ତ ରାୟ, ଥାନା ଅଧିକାରୀ ପ୍ରଭାତ ସାହୁ, ଅବକାରୀ ଅଧିକାରୀ ମୋହନ ପ୍ରଧାନଙ୍କ ସମେତ ୩୦ ଜଣିଆ ଟିମ ଏଥିରେ ସାମିଲ ହୋଇଥିଲେ।