(ଆଠଗଡ) ; ରାଜ୍ୟରେ ଲୁଟେରାଙ୍କ ଚାଲିଛି ରାଜ । ଏହାରି ଭିତରେ ଆଠଗଡ ଥାନା ଅନ୍ତର୍ଗତ ଦୋରୋଡ ଛକରେ କଳା ପଲସର ଆତଙ୍କ ଦେଖିବାକୁ ମିଳିଛି । ଦୁଇ ଦୁବୃର୍ତ୍ତ ଏକ ପଲସର ଗାଡିରେ ଆସି ଲୁଟି ନେଲେ ୪୫ ହଜାର ଟଙ୍କା ।ଯାହା ସିସିଟିଭିରେ କଏଦ ହୋଇଛି ଏହି ଲୁଟର ଦୃଶ୍ୟ। ସୂଚନାସାରେ, ଯୋରନ୍ଦା ଗ୍ରାମର ଗନ୍ଧର୍ବ ସେନ ପଞ୍ଚୁଆତି ବ୍ୟାଙ୍କ ଓ ପୋଷ୍ଟ ଅଫିସରୁ ୪୫ ହଜାର ଟଙ୍କା ଉଠାଇ ଘରକୁ ଫେରୁଥିଲେ । ଦୋରୋଡ ଛକରେ କ୍ଷୀର ଆଣିବାକୁ ଯାଇଥିବା ସମୟରେ ଦୁଇ ଜଣ ଦୁର୍ବୃତ୍ତ ତାଙ୍କ ଗାଡିରୁ ଟଙ୍କା ବ୍ୟାଗ ଟିକୁ ନେଇ ଯାଇଥିଲେ । ଏନେଇ ଆଠଗଡ ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି । ଅଭିଯୋଗ ପରେ ଘଟଣାସ୍ଥଳରେ ଆଠଗଡ ପୋଲିସ ପହଞ୍ଚି ଦୋକାନର ସିସିଟିଭି ଫୁଟେଜକୁ ଆଧାର କରି ତଦନ୍ତ ଆରମ୍ଭ କରିଛି ।