(ଓମ ପ୍ରକାଶ ମିଶ୍ର / ସୋନପୁର) ; ବିନିକା ଗସ୍ତରେ ଆସିଥିବା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ରଙ୍କୁ ଭେଟିବା ପରେ ବିନିକା କଂଗ୍ରେସ କମିଟିର ସମୂହ କଂଗ୍ରେସ ନେତା ଓ କର୍ମ ମହଲରେ ଉତ୍ସାହ ଦେଖିବାକୁ ମିଳିଛି । ଗୃହ କମିଟି ସହିତ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଆଇନ ମନ୍ତ୍ରୀ ନରସିଂହ ମିଶ୍ରଙ୍କୁ ପ୍ରଥମେ ସହର ସ୍ଥିତ ପ୍ରମୁଖ ସ୍ଥାନରେ ସମୂହ କଂଗ୍ରେସ କମିଟିର ନେତୃବୃନ୍ଦଙ୍କ ତରଫରୁ ସ୍ଵାଗତ ସମୃଦ୍ଧନା ଦିଆ ଯାଇଥିଲା । ବିନିକାରେ ଉପସ୍ଥିତ କଂଗ୍ରେସ କମିଟି ସଭାପତି ଗୌରୀଶ୍ୟାମ ପଣ୍ଡାଙ୍କ ସମେତ ଯୁବ କଂଗ୍ରେସ ନେତା ପ୍ରଦୀପ ସେଠୀ, ରାଘବ ଦାସ, ବରିଷ୍ଟ କଂଗ୍ରେସ ନେତା ତଥା ରାଜ କଂଗ୍ରେସ କିସାନ ସଧର ସଙ୍ଗେଶର ପୃଷ୍ଟି.. ବରିଷ୍ଠ ନେତା ନରେନ୍ଦ୍ର ସାହୁ, ସଞ୍ଜୀବ କୁମାର ସୁବୁଦ୍ଧି, ପିସିସି ସଭ୍ୟ ସଂଗ୍ରାମ କେଶରୀ ନାୟକ, ଉମାକାନ୍ତ ଦୀପ, ହରିହର ଛନ୍ଦ, ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକ ଗୋବିନ୍ଦା ଝାଙ୍କର, ଶ୍ରୀ ନିବାସ ଖମାରୀ, ପ୍ରତାପ ଦେହେରୀ, ସୁଧାଂଶୁ ପଣ୍ଡା, ନବୀନ ଅମାତ, ଜିଲା ମହିଳା କଂଗ୍ରେସ ସଭାନେତ୍ରୀ ସୂର୍ୟ୍ୟକାନ୍ତୀ ବାଗ, ଜିଲା କଂଗ୍ରେସ ସୋସିଆଲ ମିଡ଼ିଆର ସୁମନ୍ତ ସାହୁ, ହଜାରୁ ସାହୁ, ମାନେଶ୍ବର ପ୍ରଧାନ, କୁଶ ଭୁଏଙ୍କ ସମେତ ବିନିକା ଓ ଜିଲ୍ଲା କଂଗ୍ରେସର ବିଶିଷ୍ଟ ନେତୃବୃନ୍ଦ ଉପସ୍ଥିତ ଥିଲେ। ପରେ ଦଳ ପକ୍ଷରୁ ସହରର ନୂଆବଜାର ସ୍ଥିତ ଚନ୍ଦ୍ରମା ଆପାର୍ଟମେଣ୍ଟ ଠାରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ଗୌରୀଶ୍ୟାମ ପଣ୍ଡାଙ୍କ ଦ୍ଵାରା ଜିଲ୍ଲାର ବିଦ୍ୟୁତ ଯୋଗାଣ ଏବଂ ବିଦ୍ୟୁତ୍ ଶକ୍ତି ବିତରଣ ସକାଶେ ବିଭିନ୍ନ ନୂତନ ଗ୍ରୀଡସ୍ଥାପନ ପାଇଁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।