ଟାଟା ସହ ମିଶି ସରକାର ଲୋକଙ୍କ ଶୋଷଣ କରୁଛି

ଗୋପ/ ଜୟନ୍ତ ସେଠୀ: ଟାଟା କମ୍ପାନୀ ଦ୍ୱାରା ବିଦ୍ୟୁତ ଗ୍ରାହକଙ୍କୁ ଶୋଷଣକୁ ବିରୋଧ। ପୁରୀରେ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଟାଟା କମ୍ପାନୀ ବିରୋଧ ବିକ୍ଷୋଭ । ସଂଗଠନ ଅଭିଯୋଗ ଅନୁଯାୟୀ, ରାଜ୍ୟ ବଳକା ବିଦ୍ୟୁତ ଉତ୍ପାଦନ କରିଛି । ଓଡିଶା ଅନ୍ୟ ରାଜ୍ୟକୁ ବିଦ୍ୟୁତ ବିକ୍ରୀ କରୁଥିବା ବେଳେ ଓଡିଶାରୁ ବିଦ୍ୟୁତ କିଣୁ ଥିବା ରାଜ୍ୟ କମଦର ରେ ଗ୍ରାହକଙ୍କୁ ବିଦ୍ୟୁତ ଯୋଗାଉଛି। ହେଲେ ଓଡିଶା ସରକାର ଟାଟା କମ୍ପାନୀ ସହିତ ମିଶି ଓଡିଶାରେ ଗ୍ରାହକଙ୍କ ଠାରୁ ଅଧିକ ଟଙ୍କା ୟୁନିଟ ପିଛା ନେଉଛନ୍ତି। ସେହିପରି ଓଡିଶା ପ୍ରିପେଡ ବିଦ୍ୟୁତ ବ୍ୟବସ୍ଥା ଲାଗୁ ପାଇଁ ଟାଟା କମ୍ପାନୀ ଯେଉଁ ଯୋଜନା କରିଛି ଏହା ଦ୍ୱାରା ଗରିବ ଲୋକମାନେ ନାହିଁ ନ ଥିବା ଅସୁବିଧା ଭୋଗିବେ। ଅନ୍ୟ ରାଜ୍ୟରେ ପ୍ରିପେଡ ବ୍ୟବସ୍ଥା ନ ଥିବା ବେଳେ ଟାଟା କମ୍ପାନୀକୁ କାହିଁକି ସରକାର ସମର୍ଥନ କରୁଛନ୍ତି ବୋଲିସେନା ପ୍ରଶ୍ନ କରିଛି ।
ସେହିପରି ଦିଲ୍ଲୀ ସରକାର ଅନ୍ୟ ରାଜ୍ୟ ରୁ ବିଦ୍ୟୁତ କିଣି ପ୍ରଥମ ୨ ଶହ ୟୁନିଟ ବିଦ୍ୟୁତ ଲୋକ ଙ୍କୁ ମାଗଣା ଯୋଗାଇ ଥିବା ବେଳେ ବଳକା ବିଦ୍ୟୁତ ରାଜ୍ୟ ଓଡ଼ିସା କାହିଁକି ୨୦୦ ୟୁନିଟ ମାଗଣା ବିଜୁଳି ଦେଉ ନାହାନ୍ତି ସେ ନେଇ ଶ୍ରୀଜଗନ୍ନାଥ ସେନା ଅଭିଯୋଗ କରିଛି । ଶକ୍ତି ମନ୍ତ୍ରୀ ଦିବ୍ୟ ସଙ୍କର ମିଶ୍ର ବ୍ୟାପକ ଅର୍ଥ ନେଇ ଓଡିଶାର ବିଦ୍ୟୁତ ଯୋଗାଣ ବ୍ୟବସ୍ଥା ଟାଟା କମ୍ପାନି ହାତକୁ ଟେକି ଦେଇ ଲୋକଙ୍କୁ ଶୋଷଣ କରାଯାଉ ଥିବା ଶ୍ରୀଜଗନ୍ନାଥ ସେନା ଅଭିଯୋଗ କରିଛି। ଆଗାମୀ ଦିନରେ ଗ୍ରାହକ ଶୋଷଣ ନୀତିରୁ ଟାଟା ଓ ରାଜ୍ୟ ନ ଓହୋରିଲେ ଶ୍ରୀଜଗନ୍ନାଥ ସେନା ସରକାର ଓ ଟାଟା କମ୍ପାନୀ ବିରୋଧ ରେ ବ୍ୟାପକ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି। ଓଡିଶା ବାସୀ ଟାଟା କମ୍ପାନୀ ର ଶୋଷଣ ବିରୋଧ ରେ ଓ ଦୁର୍ନୀତି ଗ୍ରସ୍ତ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଇସ୍ତଫା ଦାବି ନେଇ ବ୍ୟାପକ ଭାବେ ଆନ୍ଦୋଳନ କରିବାକୁ ଶ୍ରୀଜଗନ୍ନାଥ ସେନା ଆହ୍ୱାନ ଦେଇଛି ।