ଚୋରା ମଦ ବିକ୍ରିକୁ ବନ୍ଦ କରିବାକୁ ଯାଇ ମହିଳା ପୋଲିସ ଆକ୍ରମଣର ଶିକାର, ଜଣେ ଗିରଫ

(ସତ୍ୟନାରାୟଣ ପାଲ / ରାଇରଙ୍ଗପୁର): ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ ବିଶୋଇବଜାର ନିକଟରେ ବସେ ସାପ୍ତାହିକ ହାଟ । ହାଟ ନିକଟରେ କିଛି ମହିଳା ହାଣ୍ଡିଆ ଓ ମହୁଲି ମଦ ବିକ୍ରି କରି ପରିବାର ପୋଷଣ କରନ୍ତି । ହାଟ ଯୋଗୁଁ ସେଠାରେ ଲୋକଙ୍କ ଭିଡ ଜମେ । ହାଟ ମଧ୍ୟରେ ମଦ ବିକ୍ରି ନକରିବାକୁ ବିଶୋଇ ଥାନାର ମହିଳା କର୍ମଚାରୀ ମଞ୍ଜୁଲତା ସାହୁ ବନ୍ଦ କରିବା ପାଇଁ ଥରେ ସତର୍କ ବାଣୀ ଶୁଣାଇଥିଲେ ।ହେଲେ ଅମାନିଆ ହାଣ୍ଡିଆ ବେପାର କରୁଥିବା ମହିଳାମାନେ ବିକ୍ରି କରିବା ବନ୍ଦ କରିନଥିଲେ । ଖବର ପାଇ ମହିଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମଦକୁ ବିରୋଧ କରିବାକୁ ଯାଇ ଯୁକ୍ତିତର୍କ, ମାରପିଟ୍ ଉଭୟ ପକ୍ଷରୁ ହୋଇଥିଲା ।ଦୁଇ ମହିଳା ମଦ ବେପାରୀ ମହିଳା ପୋଲିସଙ୍କୁ ଆକ୍ରମଣ କରିଥିବା ଭିଡିଓରୁ ଦେଖିବାକୁ ମିଳିଥିଲା । ମହିଳା ପୋଲିସ ଜଣେ ଆକ୍ରମଣକାରୀଙ୍କୁ ଗିରଫ କରିଛି । ତାଙ୍କ ନାମ କାପୁରା ମାରାଣ୍ଡି ଘର କାଣ୍ଡରା ।ବିଶୋଇ ପୋଲିସ ତାଙ୍କ ନାମରେ ୯୯/୨୦ କେଶ ମାମଲା ରୁଜୁ କରିଛି । ଅନ୍ୟ ଜଣେ ଆକ୍ରମଣକାରୀ ଫେରାର ଅଛନ୍ତି । ଚୋରା ମହୁଲି ମଦ କେଉଁଠି ରନ୍ଧା ହେଉଛି ?କିଏ ସେ ମଦ ମାଫିଆ? ମହିଳା ମାନଙ୍କ ଦ୍ବାରା ନିଜର ମଦ ବେପାର ସାମ୍ରାଜ୍ୟ ବଢ଼ାଉଛି । ଅଶାନ୍ତ କରୁଛି ବିଶୋଇ ଅଞ୍ଚଳକୁ । ମଦ ବିକ୍ରେତାଙ୍କ ପଛରେ କିଏ ଅଛି ?କାହା ସାହାସର ସେମାନେ ମହିଳା ପୋଲିସକୁ ଆକ୍ରମଣ କରିବା ପାଇଁ ସାହସ କଲେ ତାହାହିଁ ଚର୍ଚ୍ଚାର ବିଷୟ । ଅବକାରୀ ବିଭାଗ କାମକୁ ପୋଲିସ କରିବାକୁ ଯାଇ ଆକ୍ରମଣ ଶିକାର । ତାହାହେଲେ ଅବକାରୀ ବିଭାଗ ଓ ଚୋରା ମଦ ମାଫିଆଙ୍କ ମଧୁଚନ୍ଦ୍ରିକାରେ ଶିକାର ହେଲା ମହିଳା ପୋଲିସ । ଅବକାରୀ ବିଭାଗ ରହି କି ଲାଭ କ’ଣ ? ଅବକାରୀ ବିଭାଗ ନିଷ୍କ୍ରିୟତା ନେଇ ସାଧାରଣରେ ଚର୍ଚ୍ଚା ଓ ସମାଲୋଚନା ।