ଘରେ ପ୍ରସ୍ତୁତ କରନ୍ତୁ ରେସ୍ତୁରା ଷ୍ଟାଇଲର କ୍ରଞ୍ଚି କ୍ରିସ୍ପି କଟଲେଟ୍

(ମମତା ସାମଲ)ରିପୋର୍ଟସଟୁଡେ: ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ କରିବା କ୍ରଞ୍ଚି କ୍ରିସ୍ପି କଟଲେଟ ।
ଆବଶ୍ୟକ ସାମଗ୍ରୀ: ବୋନ୍‌ଲେସ୍‌ ଚିକେନ୍‌, ଜିରା, ତେଲ, କଟା ପିଆଜ, ଛୋଟ ଛୋଟ କଟା ହୋଇଥିବା ଅଦା, ରସୁଣ, କଞ୍ଚା ଲଙ୍କା, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ପାଉଡର୍‌, ଗରମ ମସଲା ପାଉଡର୍‌, ଲୁଣ, ଗୋଲ ମରିଚ ଗୁଣ୍ଡ, ଧନିଆ ପତ୍ର, ସିଝା ଆଳୁ ଏବଂ ଚାଟ୍‌ ମସଲା।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ବୋନ୍‌ଲେସ୍‌ ଚିକେନ୍‌କୁ ଗ୍ରାଇଣ୍ଡ କରିନିଅନ୍ତୁ। ଏହା ପରେ କଡ଼େଇ ବସାଇ ସେଥିରେ ତେଲ ଗରମ କରନ୍ତୁ। ଜିରା, କଟା ହୋଇଥିବା ପିଆଜ ପକାଇ ଭଲରେ ଭାଜି ଦିଅନ୍ତୁ। ଏହା ପରେ ସେଥିରେ ଛୋଟ ଛୋଟ କଟା ହୋଇଥିବା ଅଦା, ରସୁଣ, କଞ୍ଚା ଲଙ୍କା ପକାଇ ଭଲରେ ଭାଜି ଦିଅନ୍ତୁ।
ଏହା ପରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ଗରମ ମସଲା ପାଉଡର୍‌ ପକାଇ ଭଲରେ ଗୋଳାଇ ଦିଅନ୍ତୁ। ସ୍ୱାଦ ଅନୁସାରେ ଲୁଣ ଏବଂ ଗ୍ରାଇଣ୍ଡ କରିଥିବା ଚିକେନ୍‌ ପକାଇ ମସଲାରେ ଚିକେନ୍‌କୁ ଭଲରେ ମିଶାଇ ଦିଅନ୍ତୁ।
ଏବେ ଚିକେନକୁ ସିଝିବାକୁ ଛାଡ଼ି ଦିଅନ୍ତୁ। ଏହା ପରେ ସେଥିରେ ଗୋଲ ମରିଚ ଗୁଣ୍ଡ ଏବଂ ଧନିଆ ପତ୍ର ପକାଇ ଗ୍ୟାସ୍‌ ବନ୍ଦ କରି ଚିକେନ୍‌କୁ ଥଣ୍ଡା ହେଲା ପର‌୍ୟ୍ୟନ୍ତ ଛାଡ଼ି ଦିଅନ୍ତୁ।
ଆପଣ ସେହି ଚିକେନ୍‌କୁ କିଛି ଓଜନିଆ ଜିନିଷରେ ଦବାଇ ଦିଅନ୍ତୁ, ଅଥବା ଏହାକୁ ଆଉ ଥରେ ଗ୍ରାଇଣ୍ଡ ମଧ୍ୟ କରି ପାରିବେ। ଯଦି ଏମିତି ନ କରନ୍ତି ତାହାଲେ କଟ୍‌ଲେଟ୍‌ ତିଆରି କଲା ବେଳେ ଏହା ଭାଙ୍ଗି ପାରେ।
ଏହା ପରେ ସେଥିରେ କଟା ପିଆଜ, ଧନିଆ ପତ୍ର, ପୁଦିନା ପତ୍ର, କଞ୍ଚା ଲଙ୍କା, ସିଝା ଆଳୁ ପକାଇ ଭଲରେ ଗୋଳାଇ ଦିଅନ୍ତୁ। ଆଳୁ ପକାଇଲେ କଟ୍‌ଲେଟ୍‌ ଭାଙ୍ଗିବ ନାହିଁ।
ଆପଣ ଏବେ ଏହି ମସଲାକୁ କଟ୍‌ଲେଟ୍‌ ପରି ସାଇଜ କରି ଏକ ପାତ୍ରରେ ରଖନ୍ତୁ। ଅନ୍ୟ ଏକ ପାତ୍ରରେ ଅଣ୍ଡା ଭାଙ୍ଗି ସେଥିରେ ଅଳ୍ପ ଲୁଣ, ଅଳ୍ପ ଗୋଲମରିଚ ଗୁଣ୍ଡ ପକାଇ ଭଲରେ ଗୋଳାଇ ଦିଅନ୍ତୁ। ଅନ୍ୟ ଏକ ପାତ୍ରରେ ବ୍ରେଡ୍‌ କ୍ରମ୍ବସ୍‌ ରଖନ୍ତୁ। ଆପଣ ଏହି ବ୍ରେଡ୍‌ କ୍ରମ୍ବସ୍‌କୁ ଘରେ ତିଆରି ମଧ୍ୟ କରିପାରିବେ। ବ୍ରେଡ୍‌କୁ ଭାଜି ଗ୍ରାଇଣ୍ଡ କରିଦେଲେ ପ୍ରସ୍ତୁତ ହେଇଯିବ ଆପଣଙ୍କର ବ୍ରେଡ୍‌ କ୍ରମ୍ବସ୍‌।