(ଦିଲ୍ଲୀ) : କରୋନା ମହାମାରୀ ପାଇଁ ଲାଗୁହେଲା ୧୪୪ ଧାରା । ଦେଶରେ କରୋନା ତାର ପୁଣି କାୟା ବିସ୍ତାର କରିବା ଆରମ୍ଭ କରିଛି। ଲଗାତାର ଦୈନିକ ମାମଲା ବଢ଼ିବାରେ ଲାଗିଲାଣି।

ଏହାକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ ସରକାର କଡ଼ା କଟକଣା ଲାଗୁ କରିଛନ୍ତି। ୟୁପିର ଗୌତମ ବୁଦ୍ଧ ନଗରରେ ୧୪୪ ଧାରା ଲାଗୁ କରାଯାଇଚି। ଏହି ଧାରା ୩୧ ମେ’ ପର୍ଯ୍ୟନ୍ତ ଲାଗୁ କରାଯାଇଛି ।

ସର୍ବସାଧାରଣ ସ୍ଥାନରେ ପୂଜାପାଠ ଓ ନମାଜ ପାଠ କରାଯାଇ ପାରିବ ନାହିଁ। କୋଭିଡ୍ ପ୍ରୋଟୋକଲ ଅନୁଯାୟୀ, ମାସ୍କ, ସାମାଜିକ ଦୂରତା ବଜାୟ ରଖିବାକୁ ବାଧ୍ୟତା ମୂଳକ କରାଯାଇଛି। ଗୌତମ ବୁଦ୍ଧ ନଗରରେ ମାସ୍କ ବ୍ୟବହାର କରିନଥିବା ପାଖାପାଖି ୧୦୦୦ ଲୋକଙ୍କୁ ଫାଇନ କରାଯାଇଛି।