ଉପହାର ଅଗ୍ନିକାଣ୍ଡ: ଅନସଲ ଭାଇଙ୍କୁ ୭ ବର୍ଷ ଜେଲ

ନୂଆଦିଲ୍ଲୀ: ୧୯୯୭ ମସିହାରେ ହୋଇଥିବା ଉପହାର ସିନେମା ଅଗ୍ନିକାଣ୍ଡ ଘଟଣାରେ ଆନସଲ ଭାଇଙ୍କୁ ୭ ବର୍ଷ ଜେଲ। ପ୍ରମାଣ ନଷ୍ଟ ଅଭିଯୋଗରେ ଅନସାଲ ଭାଇଙ୍କୁ ଜେଲ ଦଣ୍ଡାଦେଶ। ଉପହାର ସିନେମା ଟ୍ରାଜେଡି ମାମଲାରେ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ବିଲ୍ଡର ସୁଶିଲ ଅନସାଲ ଓ ଗୋପାଲ ଅନସାଲଙ୍କୁ ଦଣ୍ଡାଦେଶ ଦେଇଛନ୍ତି କୋର୍ଟ।
୧୯୯୭ ମସିହା ଜୁନ ୧୩। ଦିଲ୍ଲୀର ଗ୍ରୀନ୍ ପାର୍କ ଅଞ୍ଚଳରେ ଥିବା ଉପହାର ସିନେମା ହଲ୍ରେ ଭୟାବହ ଅଗ୍ନିକାଣ୍ଡ ହୋଇଥିଲା। ଏହି ଦୁର୍ଘଟଣାରେ ଅଣନିଶ୍ୱାସୀ ହୋଇ ୫୯ ଜଣ ପ୍ରାଣହରାଇଥିଲେ ଓ୧୦୦ରୁ ଉର୍ଦ୍ଧ୍ୱ ଲୋକ ଆହତ ହୋଇଥିଲେ। ଏହି ଘଟଣାରେ ଆନସଲ ଭ୍ରାତାଙ୍କୁ ଗତ ମାସରେ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ। ଆଜି ରାୟ ପ୍ରକାଶ ପାଇଛି।
ଚିଫ୍ ମେଟ୍ରୋପଲିଟାନ୍ ମାଜିଷ୍ଟ୍ରେଟ୍ ପଙ୍କଜ ଶର୍ମା କହିଛନ୍ତି ଏହା ଏକ ବଡ଼ ମାମଲା। ଏଥିରେ ନିଷ୍ପତ୍ତି ନେବା କଠିନ ଥିଲା। ଅନେକ ରାତି ପରେ ରାତି ବିଚାରବିମର୍ଷ ପରେ ଆମେ ସିଦ୍ଧାନ୍ତରେ ପହଞ୍ଚିଥିଲୁ ଯେ ଅଭିଯୁକ୍ତମାନେ ଦଣ୍ଡ ପାଇବାକୁ ଯୋଗ୍ୟ। ସେମାନେ ୭ ବର୍ଷ ଜେଲ ସହ ପ୍ରତ୍ୟେକ ଅଭିଯୁକ୍ତଙ୍କୁ ୨.୨୫ କୋଟି ଜୋରିମାନା କରାଯାଇଛି।