‘ଅନ ଟାଲେଣ୍ଟେଡ ଗାଏ’ର ଚ୍ୟାନଲ ବ୍ୟାନ କଲା ୟୁଟ୍ୟବ୍

ବାଲେଶ୍ୱର: ‘ଅନ ଟାଲେଣ୍ଟେଡ ଗାଏ’ର ଚ୍ୟାନଲ ବ୍ୟାନ କଲା ୟୁଟ୍ୟବ୍ । ବାଲେଶ୍ୱର ପୋଲିସ ଚ୍ୟାନେଲ ବନ୍ଦ କରିବାକୁ ୟୁଟ୍ୟୁବକୁ ଚିଟି ଲେଖିଥିବା ବେଳେ ଆଜି ‘ଅନ ଟାଲେଣ୍ଟେଡ ଗାଏ’ର ଚ୍ୟାନେଲ ବ୍ୟାନ କରିଛି ୟୁଟ୍ୟୁବ । ଚ୍ୟାନେଲ ବ୍ୟାନ ହେବା ପରେ ଚ୍ୟାନେଲରୁ ସମସ୍ତ ଅଶ୍ଳୀଳ ରୋଷ୍ଟ ଭିଡିଓ ହଟିଯାଇଛି । ଉଦିତ ଅଶ୍ଳୀଳ ରୋଷ୍ଟିଂ ଭିଡିଓ ପ୍ରସ୍ତୁତ କରି ରୋଜଗାର କରୁଥିଲା ଲକ୍ଷ ଲକ୍ଷ ଟଙ୍କା । ବାଲେଶ୍ୱର ପୋଲିସ ‘ଅନ୍ ଟାଲେଣ୍ଟେଡ୍ ଗାଏ’ ୟୁଟ୍ୟୁବ ଚ୍ୟାନେଲର ମୁଖ୍ୟ ଉଦିତ ନାୟକ ସହ ୫ଜଣଙ୍କୁ ଗିରଫ କରିଛି । ଗତ ୨୪ ତାରିଖ ସନ୍ଧ୍ୟାରେ ରେମୁଣା ଗୋଲେଇ ନିକଟରେ ଏକ ଗୁଳିକାଣ୍ଡ ହୋଇଥିଲା । ସେଥିରେ ଉଦିତ ନାୟକ ସାମିଲ୍ ଥିଲା । ଗିରଫ ଯୁବକଙ୍କ ଠାରୁ ୭ଟି ଦାମୀ ମୋବାଇଲ, ଗୋଟି ଖୋକା ସହ ମାଉଜର ଓ ଦୁଇଟି ବାଇକ ଜବତ କରିଛି ପୋଲିସ । ପୂର୍ବରୁ ଏକ ହତ୍ୟା ଘଟଣାରେ ଅଭିଯୁକ୍ତର ସମ୍ପୃକ୍ତି ଥିଲା। ଉଦିତର ବ୍ୟାଙ୍କ ଆକାଉଣ୍ଟ ସିଜ କରିବା ସହ ଅନଟାଲେଣ୍ଟେଡ ଗାଏ ୟୁଟ୍ୟୁବ ସାଇଟ୍କୁ ବନ୍ଦ କରାଯାଇଛି।