କଣିହାଁ : କଣିହାଁ ବ୍ଳକ୍ ଅନ୍ତର୍ଗତ କଣିହାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କଣିହାଁ ଠାରେ “ଯୁବ ଓଡ଼ିଶା ନବୀନ ଓଡ଼ିଶା” କାର୍ଯ୍ୟକ୍ରମ ମାଧ୍ୟମରେ ଖେଳକୁଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ମଦନମୋହନ ମହାନ୍ତିଙ୍କ ପୌରହିତ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମର ନୋଡାଲ ଅଧିକାରୀ ପ୍ରଦୀପ ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ। ଅଧ୍ୟାପକ ଅତିଥି ପରିଚୟ ମନୋଜ ସ୍ୱାଇଁ ପ୍ରଦାନ କରିଥିଲେ। ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି କାଯ୍ୟକ୍ରମକୁ ଦୀପ ପ୍ରଜ୍ୱଳନ କରି ଶୁଭ ଉଦଘାଟନ କରିଥିଲେ । ଆଜିର ଛାତ୍ର କାଲିର ଭବିଷ୍ୟତ ଓ ଛାତ୍ରଛାତ୍ରୀ ଭୂମିକା ସମାଜ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ। ଛାତ୍ରଙ୍କ ସହଯୋଗରେ ସମାଜରୁ ଏଡ଼ସ, ଯୌତୁକପ୍ରଥା, ଗୁଣି ଗାରେଡି, ମହିଳାଙ୍କୁ ମେଡିକାଲ ପଠାଇବା, ସମ୍ବିଧାନକୁ ମାନି ଚାଲିବା। ଖେଳକୁଦ ସଂଗୀତ ଓ ସଂସ୍କୃତିକୁ ଛାତ୍ରମାନଙ୍କ ଦ୍ଵାରା ଦେଶକୁ ଓ ରାଜ୍ୟକୁ ଆଗେଇ ନେବା ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ଆଭିମୁଖ୍ୟ କହିଥିବା ବେଳେ ମୁଖ୍ୟଵକ୍ତା ଭାବେ ରାମକୃଷ୍ଣ ପ୍ରଧାନ କଣିହାଁ ବ୍ଲକ ଅଧକ୍ଷ, ସମ୍ମାନିତ କମରେଈ ସରପଞ୍ଚ ସୁବାସିନୀ ବେହେରା, କଣିହାଁ ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟ ଅଧକ୍ଷ ମଦନମୋହନ ମହାନ୍ତି, ଯୁକ୍ତ ୩ର ଅଧକ୍ଷ ମନୋଜ ସ୍ୱାଇଁ, ଢେଙ୍କାନାଳ ସାଂସଦଙ୍କ ନମିନି ନିର୍ମଳ ସାହୁ, ପ୍ରମୁଖ ମଞ୍ଚାସିନ ଥିଲେ। ଛାତ୍ରଛାତ୍ରୀ ଖେଳକୁଦ ପ୍ରତିଯୋଗିତା ମାଧ୍ୟମରେ ପ୍ରଦର୍ଶନ କରିଥିଲେ ଶେଷରେ ବିଜୟତା ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ତାଳଚେର ବିଧାୟକ ପୁରସ୍କାର ବିତରଣ କରିଥିଲେ । ବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ କର୍ମଚାରୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସହଯୋଗ କରିଥିଲେ।