ବାହା ହେବା ପାଇଁ ଲିଙ୍ଗ ପରିବର୍ତ୍ତନ କଲେ , ମନା କରିବାରୁ ଯୁବତୀଙ୍କୁ ଜାଲିଦେଲା ପିଲା ସାଙ୍ଗ

0

ଚେନ୍ନାଇ : ଚେନ୍ନାଇରେ ଘଟିଛି ଏକ ଛାତିଥର ଗଯଣା । ସ୍କୁଲ ବେଳର ସାଙ୍ଗକୁ ବିବାହା କରିବାକୁ ବାନ୍ଧବୀ ଜଣକ ନିଜ ଲିଙ୍ଗ ପରିବର୍ତ୍ତନ କଲା । କିନ୍ତୁ ବିବାହ କରିବାକୁ ବାନ୍ଧବୀ ଜଣକ ମନା କରିବାରୁ ପୁରୁଷ ବୋ ବଦଳାଇଥିବା ବାନ୍ଧବୀ । ରାଗରେ ପ୍ରଥମେ ଯୁବତୀଙ୍କୁ ଜଞ୍ଜିରରେ ବାନ୍ଧି ବ୍ଲେଡରେ କାଟି ହତ୍ୟା କରିବା ପରେ ମୃତଦେହକୁ ପୋଡିଦେଲା ।

ଘଟଣାଟି ଶନିବାର ଦିନ ଚେନ୍ନାଇର ଦକ୍ଷିଣ ଉପନଗରୀ ଅନ୍ତର୍ଗତ ତଲାମ୍ବପୁରରେ ଘଟିଛି। ସେଦିନ ଥିଲା ସେ ଇଞ୍ଜିନିୟର୍‌ ଯୁବତୀଙ୍କର ୨୬ତମ ଜନ୍ମଦିନ। ଆଉ ତାଙ୍କୁ ପୋଡ଼ି ମାରିଥିବା ସାଥୀଜଣକ ହେଉଛନ୍ତି ତାଙ୍କୁ ବିଭା ହେବା ପାଇଁ ଲିଙ୍ଗ ପରିବର୍ତ୍ତନ କରିଥିବା ତାଙ୍କ ସ୍କୁଲ୍‌ ବେଳର ବାନ୍ଧବୀ।
ଇଞ୍ଜିନିୟର୍‌ ଆର୍‌. ନନ୍ଦୀନିଙ୍କୁ ହତ୍ୟା କରିଥିବା ଅଭିଯୋଗରେ ତାଙ୍କର ଭାବୀ ବର ତଥା ‘ଏମ୍‌ବିଏ’ ସ୍ନାତକ ବେତ୍ରିମାରନ୍‌ଙ୍କୁ ପୁଲିସ ଗିରଫ କରିଛି। ଲିଙ୍ଗ ପରିବର୍ତ୍ତନ ପୂର୍ବରୁ ବେତ୍ରିମାରାନ୍‌ଙ୍କ ନାଁ ଥିଲା ପଣ୍ଡି ମୁରୁଗେଶ୍ବରୀ। ଦୁହେଁ ସାଥୀ ହୋଇ ଏକା ବାଳିକା ବିଦ୍ୟାଳୟରେ ପଢୁଥିଲେ।

ଲିଙ୍ଗ ପରିବର୍ତ୍ତନ କରିବା ପରେ ବେତ୍ରିମାରନ୍‌ ଦୈହିକ ସମ୍ପର୍କ ଲାଗି ବାରମ୍ବାର ଅନୁରୋଧ କରିବା ସତ୍ତ୍ବେ ନନ୍ଦୀନି ଅରାଜି ହେବାରୁ ଦୁହିଁଙ୍କ ମଧ୍ୟରେ ମନୋମାଳିନ୍ୟ ହୋଇଥିଲା। କିନ୍ତୁ, ଦୁହେଁ ପରସ୍ପର ସହିତ ଯୋଗଯୋଗ ରଖିଥିଲେ। ‘ଆଇଟି’ରେ ‘ବିଏସ୍‌ସି’ ଡିଗ୍ରି ହାସଲ କରିବା ପରେ ନନ୍ଦୀନି ୮ ମାସ ତଳେ ଚେନ୍ନାଇରେ ଚାକିରି ଖଣ୍ଡେ ପାଇ ମାମୁଙ୍କ ପାଖରେ ରହୁଥିଲେ। ଶନିବାର ଦିନ ବେତ୍ରିମାରନ୍‌ ନନ୍ଦୀନିଙ୍କୁ ଫୋନ୍‌ କରି ଡକାଇଲେ। ବେତ୍ରିମାରାନ୍‌ ନନ୍ଦୀନିଙ୍କୁ କିଛି ନୂଆ ପୋଷାକପତ୍ର ଖରିଦ କରିଦେଲେ। ନନ୍ଦୀନି ସେସବୁ ଗୋଟାଏ ଅନାଥାଶ୍ରମରେ ଦାନ କଲେ।

ବେତ୍ରିମାରନ୍‌ ନନ୍ଦୀନିଙ୍କୁ ବାଇକ୍‌ରେ ବସାଇ ଘରେ ଛାଡ଼ି ଆସିବାକୁ କହିଲେ। ଘରକୁ ଯିବା ବାଟରେ ପୋନ୍‌ମାର ଅଞ୍ଚଳର ଗୋଟାଏ ନିଛାଟିଆ ଜାଗାରେ ବେତ୍ରିମାରନ୍‌ ଗାଡ଼ି ଅଟକାଇଲେ। ଫଟୋ ପାଇଁ ପୋଜ୍‌ ଦେବାକୁ ନନ୍ଦୀନିଙ୍କୁ କହିଲେ। ତା’ପରେ ବେତ୍ରିମାନ୍‌ ବାଇକ୍‌ରେ ଆଣିଥିବା ଚେନ୍‌ରେ ନନ୍ଦୀନିଙ୍କ ଦୁଇହାତ ଓ ଗୋଡ଼ ବାନ୍ଧି ପକାଇ କହିଲେ କି, ସେ ମଜାରେ ଏମିତି କରୁଛନ୍ତି।

ଚେନ୍‌ ଖୋଲିବାକୁ ନନ୍ଦୀନି ଯେତେ ଅନୁରୋଧ କଲେ ବି ବେତ୍ରିମାରନ୍‌ ଖୋଲିଲେ ନାହିଁ। ଓଲଟି ଗୋଟାଏ ବ୍ଲେଡ୍‌ରେ ନନ୍ଦୀନିଙ୍କ ବେକ ଓ ହାତକୁ କାଟିଲେ। ବୋତଲରେ ଆଣିଥିବା ପେଟ୍ରୋଲ୍‌ ନନ୍ଦୀନିଙ୍କ ଉପରେ ଓଜାଡ଼ି ପକାଇ ନିଆଁ ଲଗାଇ ଘଟଣାସ୍ଥଳରୁ ଖସି ପଳାଇଗଲେ। କିଛି ସମୟରେ ପରେ ନନ୍ଦୀନିଙ୍କୁ ଏଭଳି ଅବସ୍ଥାରେ ଦେଖି କେଥତେକ ଲୋକ ପୁଲିସକୁ ଖବର ଦେଲେ। ମୃତ୍ୟୁ ପୂର୍ବରୁ ନନ୍ଦୀନି ପୁଲିସକୁ ଗୋଟାଏ ଫୋନ୍‌ ନମ୍ବର ଦେଲେ ଏବଂ ସେ ନମ୍ବର ଥିଲା ବେତ୍ରିମାରନ୍‌ଙ୍କର। ପୁଲିସ ସେ ନମ୍ବରକୁ ଫୋନ୍‌ କରିବାରୁ ବେତ୍ରିମାରନ୍‌ ଘଟଣାସ୍ଥଳକୁ ଆସି ନନ୍ଦୀନିର ସାଙ୍ଗ ବୋଲି ପରିଚୟ ଦେଲେ। ପୁଲିସ ଓ ସ୍ଥାନୀୟ ଲୋକଙ୍କ ସହିତ ମିଶି ନନ୍ଦୀନିର ଶବ ନେଇ କ୍ରୋମ୍‌ପେଟ୍‌ ଡାକ୍ତରଖାନାକୁ ବି ଗଲେ। ତା’ପରେ ବେତ୍ରିମାରନ୍‌ ଫେରାର୍‌ ହୋଇଗଲେ। ପ୍ରକୃତ କଥା ଜାଣିବା ପରେ ରବିବାର ଦିନ ତଦନ୍ତକାରୀମାନେ ଫେରାର୍‌ ବ୍ରେତିମାରନ୍‌ଙ୍କୁ ଧରିଲେ। କିନ୍ତୁ, କଲାକର୍ମ ପ୍ରତି ତାଙ୍କର କିଛି ଅନୁଶୋଚନା ନାହିଁ ବୋଲି ସେ ପୁଲିସକୁ କହିଛନ୍ତି। ଏବେ ତାକୁ ବିଚାର ବିଭାଗୀୟ ହାଜତରେ ରଖାଯାଇଛି।