ସ୍ୱର୍ଗଦ୍ୱାରକୁ ଶବ ନେଇ ଆସିଥିଲେ ଆଉ ନିଜେ ଶବ ପାଲଟିଗଲେ। ଅର୍ଥାତ ଶବ ନେଇ ଆସିଥିବା ଜଣେ ଯୁବକକୁ ପୁରୀରେ ଆକ୍ରମଣ କରିବାରୁ ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ମୃତ୍ୟୁ ଘଟିଛି। ସମୁଦ୍ରକୂଳ ଥାନା ଚୈତନ୍ୟ ଛକ ନିକଟରେ ଏଭଳି ଅଭାବନୀୟ ଘଟଣା ଘଟିଛି । ପୁଲିସ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ହତ୍ୟାକାଣ୍ଡରେ ବ୍ୟବହୃତ ରକ୍ତ ଭିଜା ଛୁରୀ ଜବତ ହୋଇଛି। ତେବେ ଏତଲା କାରୀ ଭଦ୍ରକ ,ଆପଣ୍ଡାର ମାନସ ନାୟକଙ୍କ କହିବା ଅନୁଯାୟୀ ଗତକାଲି ତାଙ୍କ ଘର ପାଖରେ ଜଣେ ସମ୍ପର୍କୀୟ ଜେଜେ ମାଙ୍କର ଦେହାନ୍ତ ହୋଇଥିଲା। ସେ ଏବଂ ତାଙ୍କ ଘର ପାଖ ଭାଇ ଓ ସାଙ୍ଗ ଆନନ୍ଦ ମହାନ୍ତି, ଅଭିରାମ ବାରିକ, ସନ୍ତୋଷ ନାୟକ, ଦୟାନିଧୂ ନାୟକ, ରଞ୍ଜନ ଦାସ ଓ ଡ୍ରାଇଭର ପ୍ରକାଶ ଜେନା ଓ ଅନ୍ୟମାନେ ଆସିଥିଲେ । ଗତକାଲି ବିଳମ୍ବିତ ରାତିରେ ସ୍ୱର୍ଗଦ୍ୱାର ପୁରୀରେ ପହଞ୍ଚିଥିଲେ । ସ୍ବର୍ଗଦ୍ବାରରେ ଶବ ରଖିଥିଲେ। ତେବେ ଶବ ଦାହକର୍ମରେ ପଇଡର ଆବଶ୍ୟକତା ଥିବାରୁ ସେ ଓ ରଞ୍ଜନ ଦାସ, ଡ୍ରାଇଭର ପ୍ରକାଶ ଜେନା ଚୈତନ୍ୟ ଛକକୁ ପଇଡ ପାଇଁ ଯାଇଥିଲେ । ସେତେବେଳେ ସମୟ ପ୍ରାୟ ରାତି 1.45 ହେବ । ସେହି ଭିତରେ ବଡ ପାଟିରେ ସେମାନେ ସ୍ଥାନୀୟ ଭାଷାରେ କଥାବାର୍ଭା ହେଉଥିଲେ । ଅଭିଯୁକ୍ତ ସେଠାକୁ ଆସି ସେମାନଙ୍କୁ ଗାଳିଗୁଲଜ କରିଥିଲେ। ରଞ୍ଜନ ଦାସ ପ୍ରତିବାଦ କରିବାରୁ ଅଭିଯୁକ୍ତ ଉତ୍ୟକ୍ତ ହୋଇ ତାଙ୍କୁ ଗାଳିଗୁଲଜ କରିବା ସହ ସମସ୍ତଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲେ। ବିବାଦ ତେଜିବାରୁ ଅଭିଯୁକ୍ତ ଅଣ୍ଟାରେ ରଖୁଥିବା ଏକ ଛୁରି ବାହାର କରି ରଞ୍ଜନ ଦାସ ଓ ମାନସଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା। ଏଥିରେ ଘଟଣାସ୍ଥଳରେ ହିଁ ରଞ୍ଜନ ଦାସ ଟଳିପଡି ଥିଲେ। ଏତଲା କାରୀ ମାନସ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ଦୁଇଜଣଙ୍କୁ ଉଦ୍ଧାର କରି ମେଡିକାଲ ନେଇଥିଲେ। ରଞ୍ଜନ ଦାସକୁ ମେଡିକାଲରେ ଡାକ୍ତର ମୃତ ଘୋଷଣା କରିଛନ୍ତି । ଆସାମୀକୁ ଦେଖିଲେ ଚିହ୍ନି ପାରିବେ । ମେଡିକାଲରେ ଚିକିତ୍ସା ହୋଇ ଆସି ସମୁଦ୍ରକୂଳ ଥାନାରେ ଏଫଆଇଆର ଦେଇଛି । ଶୁଣି ବାକୁ ମିଳୁଛି ଆକ୍ରମଣ କରିଥିବା ବ୍ୟକ୍ତି ବାଲିସାହିର ବଣ୍ଟି ବୋଲି। ଏଣୁ ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ମାନସ।