ପାରବାରିକ କଳହ ପାଇଁ ଯୁବକର ଆତ୍ମହତ୍ୟା

ସାଲେପୁର/ ଜ୍ୟୋସ୍ନା ରାଣୀ ସିଂହ: ଯୁବକଙ୍କ ଆତ୍ମହତ୍ୟା । ପାରିବାରିକ କଳହରୁ ଯୁବକଙ୍କ ଆତ୍ମହତ୍ୟା ସନ୍ଦେହ କରାଯାଉଛି । ଏ ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ଗୋର୍ତାଙ୍ଗ ଗାଁରେ । ତେବେ ରବିନ୍ଦ୍ର ନାୟକଙ୍କ ତେଇଶି ବର୍ଷୀୟ ପୁଅ ରଞ୍ଜନ କୁମାର ନାୟକ ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ପାରିବାରିକ କଳହ ଯୋଗୁଁ ପୁଅର ଆତ୍ମହତ୍ୟା ହୋଇଥିବା ସନ୍ଦେହ କରାଯାଉଛି । ମୁମୁର୍ଷ ଅବସ୍ଥାରେ ରଞ୍ଜନକୁ ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା ହେଲେ ଡାକ୍ତର ସେଠାରେ ରଞ୍ଜନ ଙ୍କୁ ମୃତ ଘୋଷଣା କରିଥିଲେ।
ରଞ୍ଜନ ପିନ୍ଧିଥିବା ସାର୍ଟପ୍ୟାଣ୍ଟରେ ରକ୍ତର ଛିଟା ଲାଗି ଥିବାରୁ ଏହା ଆତ୍ମହତ୍ୟା ନା ହତ୍ୟା ତାହା ଏପର୍ୟ୍ୟନ୍ତ ସ୍ପଷ୍ଟ ହୋଇ ନଥବା ବେଳେ ମାହାଙ୍ଗା ପୋଲିସ ଶବ ଜବତ କରି ତଦନ୍ତ ଜାରି ରଖିଛି। ଏହା ପାରିବାରିକ କଳହ କି ଏହାର କିଏ ଫାଇଦା ଉଠାଇ ମାରିଥିବ ତାହା ତଦନ୍ତ ପରେ ଜଣାପଡିବ । ତେବେ ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ସୂଚନା ଦେଇଛି।