ବାଲେଶ୍ୱର( ଅଜିତ କୁମାର ସାହୁ) :-ଟ୍ରେଡିଂ ଆଣ୍ଡ ଗେମିଙ୍ଗ ର ଫେକ୍ ଆକାଉଣ୍ଟ ନେଲା ଜୀବନ । ଶେଷରେ ଦୁଇଟି ଚିଠି ଲେଖି ଜୀବନ ହାରିଲେ ଜଳେଶ୍ବର ଥାନା ଅନ୍ତର୍ଗତ ଆମ୍ବଳିଅଠା ଗାଁ ସୌମିତ୍ର ନନ୍ଦୀ । ସାଙ୍ଗମାନେ ଟ୍ରେଡିଂ ଓ ଗେମିଙ୍ଗ ରେ ଉକ୍ତ ଯୁବକଙ୍କ ନାମରେ ଆକାଉଣ୍ଟ ଖୋଲି ଖେଳୁଥିଲେ । ଯେତେବେଳେ ହାରି ଯାଉଥିଲେ, ସାଙ୍ଗମାନେ ଜବରଦସ୍ତି ଟଙ୍କା ଆଦାୟ କରୁଥିଲେ । ସୂଚନା ମୁତାବକ, ଜଳେଶ୍ବର ଥାନା ଅନ୍ତର୍ଗତ ଆମ୍ବଳିଅଠା ଗ୍ରାମର ସୌମିତ୍ର ନନ୍ଦୀ। ବାଙ୍ଗାଲୋର ଠାରେ ଇନ୍ଫୋସିସ୍ କମ୍ପାନୀରେ କାର୍ୟ୍ୟ କରୁଥିଲେ। ସେଠାରେ କିଛି ସାଙ୍ଗ ତାଙ୍କ ଓଊ କୁ ବ୍ୟବହାର କରି ଟ୍ରେଡିଂ ଏଣ୍ଡ ଗେମିଙ୍ଗରେ ଟଙ୍କା ଲଗାଇଥିଲେ ।
ଯେତେବେଳେ କ୍ଷତି ସହୁଥିଲେ ସେତେବେଳେ ସାଙ୍ଗ ମାନେ ସୌମିତ୍ରଙ୍କୁ ଜବରଦସ୍ତି ଟଙ୍କା ମାଗିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ସୌମିତ୍ର ଲକ୍ଷାଧିକ ଟଙ୍କା ତାଙ୍କ ସାଙ୍ଗ ମାନଙ୍କୁ ଦେବା ସତ୍ୱେ ବାକି ଟଙ୍କା ନଦେଇ ପାରିବାରୁ ଜଳେଶ୍ବର ଥାନାରେ ମାମଲା ପହଞ୍ଚିବା ପହଞ୍ଚିଥିଲା । ଏହାପରେ ତାଙ୍କ ବାପା ଜମି ଜାଗା ବିକ୍ରି କରି ୧୨ ଲକ୍ଷ ଟଙ୍କା ଶୁଝିଥିବା କଥା କହିଛନ୍ତି ।ଏହିଭଳି ବାରମ୍ବାର ବ୍ଲାକ୍ମେଲିଂର ଶୀକାର ହେବାରୁ ସେ ଆତ୍ମହତ୍ୟା କରିଥିବା ପରିବାର ଲୋକେ କହିଛନ୍ତି । ତେବେ ସୈାମିତ୍ର ତାଙ୍କ ମୃତ୍ୟୁ ପାଇଁ କାହାକୁ ଦାୟୀ ନକରିବାକୁ ଲେଖିଛନ୍ତି ।