ATMରୁ ଟଙ୍କା ଉଠାଇଲେ ଦେବାକୁ ପଡିବ ମୋଟା ଅଙ୍କର ଦେୟ

ନୂଆଦିଲ୍ଲୀ: ATMରୁ ଟଙ୍କା ଉଠାଇଲେ ଦେବାକୁ ପଡିବ ମୋଟା ଅଙ୍କର ଦେୟ । ମେ’ ୧ ତାରିଖରୁ ଏଟିଏମ ନିୟମରେ ହେବାକୁ ଯାଉଛି ପରିବର୍ତ୍ତନ । ଯଦି ଆପଣ ବାରମ୍ବାର ATM ରୁ ଟଙ୍କା ଉଠାନ୍ତି, ତେବେ ଆପଣଙ୍କୁ ୧ ମଇ ୨୦୨୫ ଠାରୁ ଅଧିକ ଟଙ୍କା ଦେବାକୁ ପଡିବ । ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ATM ଚାର୍ଜ ବୃଦ୍ଧିକୁ ଅନୁମୋଦନ କରିଛି ଏବଂ ଏହି ପରିବର୍ତ୍ତନ ୧ ମଇ ଠାରୁ କାର୍ଯ୍ୟକାରୀ ହେବ ବୋଲି ସୂଚନା ରହିଛି । ନୂତନ ନିୟମ ଅନୁଯାୟୀ, ମାଗଣା କାରବାର ସୀମା ଅତିକ୍ରମ କରିବା ପରେ, ପ୍ରତ୍ୟେକ ATM ଉଠାଣ ପାଇଁ ଏବେ ୨୩ ଟଙ୍କା ଆଦାୟ କରାଯିବ, ଯାହା ବର୍ତ୍ତମାନ ୨୧ ଟଙ୍କା ଅଛି । ଏହି ବର୍ଦ୍ଧିତ ଶୁଳ୍କ ମେ ୧ ତାରିଖ ଠାରୁ ଲାଗୁ କରାଯିବ ବୋଲି ସୂଚନା ରହିଛି ।