ବାପାଙ୍କୁ ଭିଡିଓ କଲ କରି କାନ୍ଦିଲେ ଯଶ୍ୱସ୍ୱୀ

0

ମଣିଷର ଭାଗ୍ୟ କେତେବେଳେ କହାକୁ କେଉଁଠି ପହଞ୍ଚାଇ ଦେବ ତହା କହି ହେବନି । ସମ୍ବାଇ ରାସ୍ତାରେ ଗୁପଚୁପ ବିକୁଥିବା ସାଧାରଣ ପିଲା ଆଜି ଭାରତର ଷ୍ଟାର ବ୍ୟାଟର । ତେବେ ଯଶସ୍ୱୀ ଜୟସୱାଲ ଡେବ୍ୟୁ ମ୍ୟାଚରେ ୧୭୧ ରନ କରି ରେକର୍ଡ କରିଛନ୍ତି । ଡୋମିନିକରେ ଖେଳାଯାଇଥିବା ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ଯଶସ୍ୱୀ ନିଜର ସ୍ୱପ୍ନ ପୂରଣ କରିଛନ୍ତି । ପ୍ରଥମ ମ୍ୟାଚରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଯଶସ୍ୱୀ ଡେବ୍ୟୁ ମ୍ୟାଚରେ ଶତକ ମାରିବା ପରେ ପ୍ରଥମେ ନିଜ ବାପାଙ୍କୁ କଲ କରିଥିଲେ ।

ବାପାଙ୍କୁ ଭିଡିଓ କଲ୍ କରି ବହୁତ କାନ୍ଦିଥିଲେ, ଆଉ କହିଥିଲେ ବାପା ଆପଣ ଏବେ ଖୁସି ତ । ଭାରତୀୟ ସମୟ ଅନୁସାରେ ଭୋର ୪.୩୦ ସମୟରେ ବାପାଙ୍କୁ ଭିଡିଓ କଲ୍ କରିଥିଲେ । ପୁଅର କାନ୍ଦ ଦେଖି ବାପା ମଧ୍ୟ ସହିପାରିନଥିଲେ । ଯଶସ୍ୱୀଙ୍କ ବାପା ମଧ୍ୟ ବହୁତ କାନ୍ଦିଥିଲେ । ଏହାକୁ ନେଇ ଯଶ୍ୱସୀଙ୍କ ବାପା କହିଥିଲେ, ଶତକ ମାରିବା ପରେ ମୋ ପୁଅ କଲ କରିଥିଲା । କଲ କରି କାନ୍ଦିଥିଲା କାନ୍ଦିବା ତାର କାନ୍ଦ ଦେଖି ମୁଁ ସହିପାରିଲି ନାହିଁ ମୁ ମଧ୍ୟ କାନ୍ଦି ପକାଇଥିଲି । ଆଉ ମୋତେ ମୋ ଖୁସି ବିଷୟରେ ପଚାରିଥିଲା । ବିଦେଶ ମାଟିରେ ଡେବ୍ୟୁ ମ୍ୟାଚରେ ଏତେ ବଡ ସ୍କୋର କରିଥିବା ପ୍ରଥମ ଭାରତୀୟ ହେଲେ ଯଶସ୍ୱୀ ।

ଏହାସହିତ ଡେବ୍ୟୁ ମ୍ୟାଚରେ ୧୫୦ ରନରୁ ଅଧିକ ରନ୍ କରିଥିବା ତୃତୀୟ ଖେଳାଳି ହେଉଛି ଯଶସ୍ୱୀ । ଯଶସ୍ୱୀଙ୍କ ଏଭଳି ରେକର୍ଡ ପାଇଁ ତାଙ୍କୁ ପ୍ଲେୟାର ଅଫ ଦ ଆଓ୍ଵାର୍ଡ ମିଳିଥିଲା । ଡେବ୍ୟୁ ମ୍ୟାଚରେ ଏହି ଆଓ୍ଵାର୍ଡ ଜିତିବାରେ ଯଶସ୍ୱୀ ହେଉଛନ୍ତି ୮ମ ଭାରତୀୟ । ଭାରତ –ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ପ୍ରଥମ ଇନିଂସ ଏବଂ ୧୪୧ ରନରେ ଭାରତ ଜିତିଛି । ମାତ୍ର ୩ ଦିନରେ ଟେଷ୍ଟ ଖେଳ ଶେଷ ହୋଇଛି । ଯଶସ୍ୱୀ ଜୟସଓ୍ଵାଲ ଏବଂ ଅଶ୍ୱିନଙ୍କ ଦମଦାର ପ୍ରଦର୍ଶନ ବଳରେ ଟିମ୍ ଇଣ୍ଡିଆ ୧-୦ରେ ଆଗୁଆ ରହିଛି ।