ଜିଲ୍ଲା ସ୍ବାସ୍ଥ୍ୟ ସମିତି ତରଫରୁ ବିଶ୍ୱ ଯକ୍ଷ୍ମା ଦିବସ ୨୦୨୬ଆଜି ପୂର୍ବାହ୍ନରେ ସ୍ଥାନୀୟ ସଭାଘର ଠାରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଶ୍ରୀମତୀ ବବିତା ପ୍ରଧାନ ମୁଖ୍ୟ ଅତିଥୁ ଭାବେ ଯୋଗ ଦେଇ ସଙ୍ଗଠିତ ଭାବରେ ଯକ୍ଷ୍ମା ରୋଗର ମୁକାବିଲା କରିବାକୁ ଜନସାଧାରଣଙ୍କୁ କହିଥିଲେ । ଅତୀତରେ ଆମେ ଯେପରି ସମୁହ ! ପ୍ରଚେଷ୍ଟା ଦ୍ବାରା ପୋଲିଓ ଏବଂ ବସନ୍ତ ପରି ଭୟଙ୍କର ବ୍ୟାଧକୁ ସମୂଳେ ବିନାଶ କରିବାରେ ସଫଳ ହୋଇଛେ ସେହିଭଳି ଯକ୍ଷ୍ମା (ଟି ବି) ) ନିରାକରଣ ପାଇଁ କାର୍ଯ୍ୟକରିବାକୁ ଜିଲ୍ଲାପାଳ ଶ୍ରୀ ଅବଦାଲ ମୁହମ୍ମଦ୍ ଅଖତର ପ୍ରଶାସନିକ ଅଧୂକାରୀ ଓ ସ୍ବାସ୍ଥ୍ୟ କର୍ମୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧୁକାରୀ ଡ. ମଦନ ମୋହନ ପ୍ରଧାନ ଯକ୍ଷ୍ମା ରୋଗର ଇତିହାସ ଓ ଭୟାବହତା ସମ୍ପର୍କ ସମ୍ପର୍କରେ ଆଲୋକପାତ କରିବା ସହ ଏହି ସାମାଜିକ ବ୍ୟାଧୂକୁ ଦୂର କରିବାକୁ ସଙ୍ଘବଦ୍ଧ ଭାବେ ଚେଷ୍ଟା କରିବାକୁ କହିଥିଲେ । ଏହି ଅବସରରେ ‘ଟିବି ମୁକ୍ତ ପଞ୍ଚାୟତ’ ଅଭିଯାନରେ ଯୋଗ୍ୟତା ହାସଲ କରିଥିବା ଜିଲ୍ଲାର ୭୪ ଗୋଟି ଗ୍ରାମ ପଞ୍ଚାୟତକୁ ପୁରସ୍କୃତ କରାଯାଇଥୁଲା । ଅନୁଗୋଳ ବ୍ଳକର ମାଣିକଯୋଡି ପଞ୍ଚାୟତ ସ୍ବର୍ଣ୍ଣ ପଦକ ପାଇଥୁବାବେଳେ ଜିଲ୍ଲାର ୨୮ ଟି ପଞ୍ଚାୟତ ରୌପ୍ୟ ପଦକ ଓ ୪୫ ଟି ପଞ୍ଚାୟତ ବ୍ରୋଞ୍ଜ ପଦକ ପାଇଛନ୍ତି ।
ଏହି ପରିପ୍ରେକ୍ଷୀରେ ଯକ୍ଷ୍ମାମୁକ୍ତ ଜିଲ୍ଲା ଗଠନ ପାଇଁ ଏକ ୧୦୦ ଦିନିଆ ସ୍ବତନ୍ତ୍ର ଅଭିଯାନର ଶୁଭାରମ୍ଭ କରାଯାଇଛି । ଯାହା ମା ମାନଙ୍କ ମାଧ୍ୟମରେ ଯୁଦ୍ଧକାଳୀନ ଭିତ୍ତରେ ରୋଗୀ ଚିହ୍ନଟ ଓ ସମ୍ପୂର୍ଣ ନିରାକରଣ ପ୍ରକ୍ରିୟାକୁ ତ୍ବରାନ୍ବିତ କରାଯିବ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମାନ୍ୟବର ଢେଙ୍କାନାଳ ସାଂସଦଙ୍କ ପ୍ରତିନିଧୂ ଓ ମାନ୍ୟବର ଅନୁଗୋଳ ବିଧାୟକଙ୍କ ପ୍ରତିନିଧୂ ଶ୍ରୀ ସୋମନାଥ ରାଉତ, ମାନ୍ୟବର (ତାଳଚେର )ର ବିଧାୟକଙ୍କ ପ୍ରତିନିଧୂ ଶ୍ରୀ ସନ୍ତୋଷ କୁମାର ପ୍ରଧାନ, ମାନ୍ୟବର ପାଲଲହଡା ବିଧାୟକଙ୍କ ପ୍ରତିନିଧୂ ଶ୍ରୀମତୀ ବସନ୍ତ ମଞରୀ ପ୍ରଧାନ, ମାନ୍ୟବର ଛେଣ୍ଡିପଦା ବିଧାୟକଙ୍କ ପ୍ରତିନିଧ୍ ଶ୍ରୀ ତ୍ରିବେଣୀ ସାହୁ, ଜିଲ୍ଲା ପଞ୍ଚାୟତ ଅଧୀକାରୀ ଚିନ୍ମୟୀ ସାମନ୍ତରାୟ, .ଏସ୍ ଜେ.ପି.ଏଫ୍ ଇଡି ପ୍ରବନ୍ଧକ ଶ୍ରୀ ଦିଲ୍ଲୀପ ସିହ୍ନା, ଅତିରିକ୍ତ ଜନସ୍ବାସ୍ଥ୍ୟ ଅଧୂକାରୀ (ଟି ବି) ଡ. କ୍ରିଷ୍ଣଚନ୍ଦ୍ର ପାଲଙ୍କ ସମେତ ସ୍ବାସ୍ଥ୍ୟ ବିଭାଗର ଅଧିକାରୀ, ସରପଞ୍ଚ, ଆଶାକର୍ମୀ, ନସିଂ ଛାତ୍ର ଛାତ୍ରୀ, ସ୍ବାସ୍ଥ୍ୟ କର୍ମୀ ଓ ଗଣମାଧ୍ୟମର ପ୍ରତିନିଧୂ ପ୍ରମୁଖ ଉପସ୍ଥିତ ଥିଲେ ।