ପୁରୀ-: ବିଶ୍ୱବିଖ୍ୟାତ ବାଲୁକାଶିଳ୍ପୀ ତଥା ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ସୁଦର୍ଶନ ପଟ୍ଟନାୟକଙ୍କୁ ବି ଛାଡିଲେନି ସାଇବର ଅପରାଧି। ସୁଦର୍ଶନ ପଟ୍ଟନାୟକଙ୍କ ‘ଏକ୍ସ’ ହ୍ୟାକ୍ କରିଛନ୍ତି ସାଇବର ଅପରାଧୀ। ୫ ଦିନ ହେବ ପୂର୍ବର ଟ୍ୱିଟର ଓ ଏକ୍ସ ହ୍ୟାକ୍ ହୋଇଛି। ଏ ନେଇ ସେ ରାଜ୍ୟ ପୋଲିସ ସାଇବର ସେଲ୍ରେ ଅଭିଯୋଗ କରିଛନ୍ତି ସୁଦର୍ଶନ।
ତେବେ ଘଟଣା ବାବଦରେ ସୁଦର୍ଶନ ପଟ୍ଟନାୟକ କହିଛନ୍ତି, ”ମୁଁ ଓଡ଼ିଶା ପୋଲିସର ସାଇବର୍ ସେଲ୍ରେ ଏହ ବିଷୟରେ ଅନୌପଚାରିକ ଅଭିଯୋଗ ଦାଖଲ କରିଛି। ଏହା ସହିତ ‘X’ସପୋର୍ଟ ଟିମ୍କୁ ମଧ୍ୟ ଜଣାଇଛି। ତଥାପି ଏପର୍ଯ୍ୟନ୍ତ ଆକାଉଣ୍ଟଟି ପୁନଃଉଦ୍ଧାର ହୋଇନାହିଁ। ଏହା ଦ୍ୱିତୀୟଥର ପାଇଁ ମୋର ‘ଏକ୍ସ’ ହ୍ୟାକ୍ ହୋଇଛି। ମୋ ପାଖରେ ସାରା ବିଶ୍ୱରୁ ଅନେକ ଫଲୋଅର ଅଛନ୍ତି, ଏବଂ ମୁଁ ଆକାଉଣ୍ଟର ଦୁର୍ବ୍ୟବହାର ନେଇ ଗଭୀର ଚିନ୍ତିତ।” ଯଦି ଆକାଉଣ୍ଟରୁ କୌଣସି ମେସେଜ ଗଲେ ତାକୁ ଅଣଦେଖା କରିବାକୁ ସେ ଅପିଲ୍ କରିଛନ୍ତି।