ବିଶ୍ୱ ମାନ୍ଦାବସ୍ଥା ଅବଶ୍ୟମ୍ଭାବୀ

୨୦୦୮ ଭଳି ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି

ୱାଶିଂଟନ: ବିଶ୍ୱକୁ ମାନ୍ଦାବସ୍ତା ଭଳି ବଡ ବିପତ୍ତି ମାଡି ଆସୁଛି। ଗତ ଦୁଇ ବର୍ଷ ଧରି କରୋନା ମହାମାରୀ ଓ ଋଷ-ୟୁକ୍ରେନ ଯୁଦ୍ଧ ବିଶ୍ୱ ଅର୍ଥନୀତିକୁ ଦୋହଲାଇ ଦେଇଛି। ଯାହାର ପ୍ରଭାବରେ ବେକାରୀ ସମସ୍ୟା ଉକ୍ରଟ ରୂପ ଧାରଣ କରିଛି। ଆସନ୍ତା ବର୍ଷକ ମଧ୍ୟରେ ବିଶ୍ୱର ଅଧିକାଂଶ ରାଷ୍ଟ୍ରରେ ମନ୍ଦାବସ୍ଥା ଭଳି ପରିସ୍ଥିତି ସୃଷ୍ଟି ହେବ। ତେବେ ଅର୍ଥନୀତି ବିଶେଜ୍ଞଙ୍କ ମତ ଅନୁସାରେ ପୁଣି ଥରେ ୨୦୦୮ ଭଳି ମାନ୍ଦାବସ୍ଥା ଭଳି ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି। ଏହାଛଡା ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ ମଧ୍ୟ ମାନ୍ଦାବସ୍ଥାର ଏହି ବିପଦକୁ ଭୟ କରୁଛନ୍ତି। ଋଷ ସହ ବିବାଦରେ ୟୁରୋପୀୟ ରାଷ୍ଟ୍ର ଏଥିରେ ଯଦି କଟକଣା ଲଗାନ୍ତି ଋଷ ଗ୍ରହଣ କରିବାକୁ ଯାଉଥିବା କଠୋର ନୀତି ସ୍ଥିତିକୁ ଅଧିକ ବିଗିଡାଇଦେବ ଯାହା ଆର୍ଥକ କ୍ଷେତ୍ର ସହ ଜଡିତ ବିଶେଷଜ୍ଞମାନେ ଏବେଠୁ ଆକଳନ କରିଲେଣି। ଯଦି ବିଶ୍ୱରେ ମାନ୍ଦାବସ୍ଥା ଭଳି ପରିସ୍ଥିତି ସୃଷ୍ଟି ହୁଏ ତେବେ ଆମେରିକା ଓ ୟୁରୋପୀୟ ରାଷ୍ଟ୍ର ଅଧିକରୁ ଅଧିକ ପ୍ରଭାବିତ ହେବେ। ଅପରପକ୍ଷରେ ଘରୋଇ ପୁଞ୍ଜି ବଜାରରେ ବର୍ତ୍ତମାନ ଯେଉଁଭଳି ସ୍ଥିତି ଲାଗି ରହିଛି ସେଥିରେ ଭାରତ ବାଦ ପଡିବାର ଆଶା ସମ୍ଭାବନା କ୍ଷୀଣ ରହିଛି। କରୋନା ମହାମାରୀ ପୂର୍ବରୁ ଲଢୁଥିବା ବିଶ୍ୱ ବିଭିନ୍ନ ଅର୍ଥନୀତି ସମ୍ମୁଖରେ ଏବେ ଯୋଗାଣ ଶୃଙ୍ଖଳାଜନିତ ସଙ୍କଟ ଦେଖାଦେଇଛି। ଯାହାର ପ୍ରଭାବ ଆମେରିକା ୟୁରୋପ ଏବଂ ଏସିଆ ଭଳି ପ୍ରତ୍ୟେକ ମହାଦେଶରେ ଅନୁଭୂତ ହେଉଛି। ବିଶ୍ୱର ଅନ୍ୟତମ ଅଗ୍ରଣୀ ବ୍ରୋକରେଜ ସଂସ୍ଥା ନୋମ୍ୟୁରା ହୋଲ୍ଡିଂସ ମଧ୍ୟ ମାନ୍ଦାବସ୍ଥା ଚେତାବନୀ ଦେଇଛି। ତେବେ ମୁଦ୍ରାସ୍ପୀତି ନିୟନ୍ତ୍ରଣ ପାଇଁ ବିଭିନ୍ନ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ଗୁଡିକ କଠୋର ନୀତି ଏବଂ ଉଚ୍ଚ ଦର ଦାମ ସ୍ଥିତି ମାନ୍ଦାବସ୍ଥା ଆଡକୁ ଠେଲି ହୋଇଯାଇଛି। ରିପୋର୍ଟ ଅନୁସାରେ ଆମେରିକା, କାନାଡା ଓ ବ୍ରିଟେନ ଭଳି ଅର୍ଥନୀତିରେ ବିକଶିତ ରାଷ୍ଟ୍ର ଗୁଡିକ ମାନ୍ଦାବସ୍ଥା ଭଳି ବିପଦ ଅଧିକରୁ ଅଧିକ ଗମ୍ଭୀର ହେବାକୁ ଯାଉଛି। ତେବେ ଆମେରିକା ଓ କାନାଡା ଭଳି ବିକଶିତ ଦେଶ ତୁଳନାରେ ଭାରତ ଓ ଚିନ ଉପରେ ମାନ୍ଦାବସ୍ଥାର କମ ପ୍ରଭାବ ରହିବ ବୋଲି ରିପୋର୍ଟରେ କୁହାଯାଇଛି।