ବିଶ୍ୱ ମିତବ୍ୟୟିତା ଦିବସ ପାଳିତ

ଗୋପ(ଜୟନ୍ତ କୁମାର ସେଠୀ): ପୁରୀ ଗୋପ ଅଞ୍ଚଳରେ ପାଳିତ ହୋଇଯାଇଛି ବିଶ୍ୱ ମିତବ୍ୟୟିତା ଦିବସ । ଏହି ଅବସରରେ ସଞ୍ଚୟ ରଥକୁ ଶୁଭାରମ୍ଭ କରିଛନ୍ତି ରାଜସ୍ୱ ଅତିରିକ୍ତ ଜିଲ୍ଲାପାଳ ସୁଭାଷ ଚନ୍ଦ୍ର ନାଥଶର୍ମା । ଏହି ରଥ ଜିଲ୍ଲାର ବିଭିନ୍ନ ବ୍ଲକ ବୁଲି ସ୍ୱଳ୍ପ ସଞ୍ଚୟ ଉପରେ ସଚେତନତା ସୃଷ୍ଟି କରିବ । ସରକାରୀ ଓ ପଞ୍ଜିକୃତ ସଂସ୍ଥା ମାଧ୍ୟମରେ ଅର୍ଥ ଲଗାଣ କରିବା, କମ ସମୟ ମଧ୍ୟରେ ଅଧିକ ଅର୍ଥ ପାଇବା ପାଇଁ କୌଣସି ଅଣ ପଞ୍ଜିକୃତ ସଂସ୍ଥା ପକ୍ଷରୁ ଆକର୍ଷଣମୂଳକ ଘୋଷଣା ଠାରୁ ନିଜକୁ ଦୂରେଇ ରଖିବା ସଂପର୍କରେ ସଚେତନତା ସୃଷ୍ଟି କରିବ ଏହି ରଥ ।
ଏଥି ସହ ଆସନ୍ତାକାଲି ଠାରୁ ନଭେମ୍ବର ୧୪ ତାରିଖ ପର୍ୟ୍ୟନ୍ତ ସଞ୍ଚୟ ପାକ୍ଷିକ ପାଳନ କରାଯିବ । ଚଳିତ ବର୍ଷର ବିଷୟବସ୍ତୁ “ସ୍ୱଳ୍ପ ସଞ୍ଚୟର ବ୍ୟବହାର ଓ ଆର୍ଥିକ ଅନ୍ତର୍ଭୁକ୍ତିକରଣ” ରହିଛି । ବିଭିନ୍ନ ଶିକ୍ଷାନୁଷ୍ଠାନରେ ବୃକ୍ଷରୋପଣ କରାଯିବା ସହ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ବକ୍ତୃତା ପ୍ରତିଯୋଗିତା ହେବ । ଏହି ଅବସରରେ ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଅଧିକାରୀ ବିଭୂତି ଭୂଷଣ ନାୟକ ଉପସ୍ଥିତ ଥିଲେ ।