ନୂଆଦିଲ୍ଲୀ: ନିମ୍ବ ପତ୍ର ସାଧାରଣତଃ ସମସ୍ତଙ୍କ ପାଟିକୁ ପିତା ଲାଗିଥାନ୍ତି । ଆମେ ସାଧାରଣତଃ ଚର୍ମ ସମ୍ବନ୍ଧୀୟ କୌଣସି ରୋଗ ହେଲେ ଆମେ ତୁରନ୍ତ ନିମ୍ବ ପତ୍ରକୁ ବ୍ୟବହାର କରୁ । କିନ୍ତୁ ଆପଣ ମାନେ ଜାଣନ୍ତି କି ଏହା ଆମ ଶରୀର ପାଇଁ କେତେ ହିତକାରୀ । ନିମ୍ବ ପତ୍ରରେ ଅନେକ ଓୗଷଧିୟ ଗୁଣ ରହିଛି । ଯାହା ଆମ ରକ୍ତକୁ ପରିଷ୍କାର ରଖିଥାଏ । ଏହା ଆମ ଶରୀରକୁ ବିଭିନ୍ନ ରୋଗଦାଉରୁ ରକ୍ଷା କରିଥାଏ । ହଜମ ପ୍ରକ୍ରିୟାକୁ ସଠିକ୍ କରିଥାଏ ।
ମୁହଁରେ ଯଦି ଆପଣଙ୍କର ବ୍ରଣ ବାହାରୁଛି, ତାହା ହେଲେ ନିମ୍ବ ପତ୍ରକୁୁ ମିଶ୍ରଣ କରନ୍ତୁ । ତା’ପରେ ଆପଣଙ୍କ ମୁହଁରେ ଏହି ମିଶ୍ରଣକୁ ଲଗାନ୍ତୁ । ଏହି ମିଶ୍ରଣ ଲଗାଇବା ପରେ ଦେଖିବେ ଆପଣଙ୍କ ଚେହେରାରୁ ମୃତକୋଷ ସବୁ ବାହାରିଯିବେ । ନିମ୍ବ ପତ୍ରକୁ ଅନ୍ୟ ଏକ କାରଣରେ ମଧ୍ୟ ବ୍ୟବହାର କରିପାରିବା । ସକାଳୁ ଉଠି ୧୦ଟି ନିମ୍ବ ପତ୍ରକୁ ଖାଲି ପେଟରେ ଖାଆନ୍ତୁ । ନିୟମିତ ଏପରି କିରବା ଦ୍ୱାରା ବିଭିନ୍ନ ପ୍ରକାରର ଶାରୀରକ ଓ ମାନସିକ ଅସୁସ୍ଥତାରୁ ମୁକ୍ତି ପାଇବେ ।
ଯଦି ଆପଣଙ୍କ ମୁହଁରେ ବ୍ରଣ ବାହାରୁଛି । ତା’ହେଲେ ନିମ୍ବ ପତ୍ରକୁ ପାଣିରେ ଫୁଟାଇ ଗାଧାନ୍ତୁ । ଦେଖିବେ ଆପଣ ବ୍ରଣରୁ ଉପଶମ ପାଇବେ । କିଛି ଲୋକ ଅଛନ୍ତି, ପାଗ ବଦଳିବା ସହିତ ତାଙ୍କ ଶରୀରରେ ବିଭିନ୍ନ ପ୍ରକାର ଚର୍ମ ରୋଗରେ ଦେଖାଯାଏ । ତାହା ପାଇଁ ଆପଣ ଚିନ୍ତାରେ ରହୁଛନ୍ତି କି ? ଏହି ଏଲର୍ଜିରୁ ମୁକ୍ତି ପାଇବା ଚାହୁଛନ୍ତି କି? ତା’ହେଲେ ନିମ୍ବ ପାଣିରେ ଗାଧାନ୍ତୁ । ସପ୍ତାହରେ ତିନି ଥର ଏପରି କରନ୍ତୁ । ଦେଖିବେ ଆପଣଙ୍କୁ ଏହା ପରେ ବହୁ ଆରାମ ଳାଗିବ । ସିଝା ନିମ୍ବ ପାଣିରେ ଗାଧୋଇବା ଦ୍ୱାରା ଆଖି ରୋଗରୁ ମୁକ୍ତି ମିଳେ । ତେଣୁ ଆପଣ ଯଦି ଆଖି ରୋଗରେ ପୀଡ଼ିତ ତେବେ ନିମ୍ବ ପାଣିରେ ଗାଧୋଇବା ଉଚିତ୍ ।
କୁହାଯାଏ କି ମ୍ୟାଲେରିଆ ଓ ଡେଙ୍ଗୁ ଜାତୀୟ ରୋଗ ହେଲେ ମଧ୍ୟ ନିମ୍ବ ଗଛର ପତ୍ର ବହୁତ ଉପକାରୀ । ଯଦି ଆପଣଙ୍କ ଦାନ୍ତରେ ମଇଳା ଦେଖାଯାଉଛି, ତେବେ ନିମ୍ବ ଗଛର କାଠିରେ ଦାନ୍ତ ଘଷନ୍ତୁ । ଏହା ପରେ ଆପଣଙ୍କ ଦାନ୍ତ ପୁରା ଚକଚକ୍ ହୋଇଯିବ । ଯଦି ଆପଣଙ୍କର ତ୍ୱଚା ସମ୍ମନ୍ଧୀୟ କିଛି ସମସ୍ୟା ଅଛି, ତେବେ ନିମ୍ବ ପାଣିରେ ଗାଧୋଇବା ଦ୍ୱାରା ଏହା ଦୂର ହୋଇଥାଏ । ବସନ୍ତ ରୋଗରେ ପୀଡ଼ିତ ବ୍ୟକ୍ତିଙ୍କୁ ମଧ୍ୟ ନିମ୍ବ ପାଣିରେ ଗାଧୋଇବା ପାଇଁ ପରାମର୍ଶ ଦିଆଯାଏ ।
ଯଦି ଆପଣଙ୍କ ଚେହେରାରେ ବ୍ରଣ ହୋଇ ଦାଗ ରହିଯାଇଛି ତେବେ ଏପରିସ୍ଥଳେ ଆପଣ ନିମ୍ବର ପାଣି ବ୍ୟବହାର କରିପାରିବେ । ତେବେ ଏଥିପାଇଁ ସପ୍ତାହକୁ ୩-୪ ଥର ନିମ୍ବ ପାଣିରେ ଗାଧୋଇବାକୁ ପଡ଼ିବ । ଯେଉଁ ଲୋକଙ୍କ ଶରୀରୁ ଦୁର୍ଗନ୍ଧ ବାହାରୁଛି ସେମାନେ ନିମ୍ବ ପାଣିରେ ଗାଧୋଇବା ଦ୍ୱାରା ସମସ୍ୟା ଦୂର ହୁଏ । ରୂପି ସମସ୍ୟାରୁ ମୁକ୍ତି ପାଇବା ପାଇଁ ମଧ୍ୟ ନିମ୍ବ ପତ୍ରର ପାଣି ବ୍ୟବହାର କରିପାରିବେ । ନିମ୍ବ ପତ୍ର ପାଣିରେ କେଶ ଧୋଇବା ଦ୍ୱାରା କେବଳ ରୂପି ସମସ୍ୟା ଦୂର ହୁଏନାହିଁ କେଶରେ ଚମକ ମଧ୍ୟ ବଢ଼େ ।