ପୁରୀ(ଜୟନ୍ତ କୁମାର ସେଠୀ): କାକଟପୁର ଥାନା ଅନ୍ତର୍ଗତ ଓଥକା କପା ଗୋରଡ଼ି ଗ୍ରାମର ଶତାଧିକ ମହିଳା ଥାନା ସମ୍ନାରେ ଧାରଣା ଦେଇଛନ୍ତି । ଗ୍ରାମର ଜଣେ ନାବାଳିକା ଅପହରଣ ଘଟଣାକୁ ୩ ଦିନ ପରେ ସୁଦ୍ଧା କାକଟପୁର ପୋଲିସର ନିରବତାକୁ ବିରୋଧ କରି ଧାରଣା ଦେଇଛନ୍ତି ମହିଳା ।
ସୂଚନା ଅନୁସାରେ, ଗତ ନାବାଳିକା ଅପହରଣ ନେଇ ତିନିଦିନ ତଳେ ପରିବାର ପକ୍ଷରୁ ଲିଖିତ ଅଭିଯୋଗ ହୋଇଥିଲା । କିନ୍ତୁ ୩ ଦିନ ବିତିଗଲା ପରେ ବି ପୋଲିସ ନିରବ । ଯାହାକୁ ନେଇ ଉଠିଛି ପ୍ରଶ୍ନ । ଅଭିଯୋଗ ପରେ ମଧ୍ୟ୍ୟ ପୋଲିସ କୌଣସି ଖୋଜାଖୋଜି ନ କରିବାରୁ ପୋଲିସର ତଦନ୍ତ ଉପରେ ସନ୍ଦେହ ସୃଷ୍ଟି ହୋଇଛି । ତେଣୁ ଏହାକୁ ବିରୋଧ କରି ଶତାଧିକ ମହିଳା କାକଟପୁର ଥାନା ସାମ୍ନାରେ ଧାରଣା ଦେଇଥିବା ଦେଖିବାକୁ ମିଳିଛି । ସେପଟେ ତଦନ୍ତ ଚାଲିଥିବା ପ୍ରତିକ୍ରିୟା ରଖିଛନ୍ତି କାକଟପୁର ଥାନା ଅଧିକାରୀ । ତେବେ ତୁରନ୍ତ ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଦାବି କରିଛନ୍ତି । ଏଥିସହ ଅଭିଯୁକ୍ତ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଝିଅର ବାପା ସହ ଧାରଣାରତ ମହିଳା ।