ମୟୁରଭଞ୍ଜ:- ସ୍ତ୍ରୀକୁ ପଥରରେ ଛେଚି ହତ୍ୟାକଲା ସ୍ୱାମୀ । ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଚାଉଳଘୋରୀ ଗାଁରୁ ଏହି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ମୃତ ମହିଳା ହେଲେ ୨୭ବର୍ଷୀୟା ମୀନା ସିଂ । ବାଙ୍ଗିରିପୋଷି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖି ଅଧିକ ତଦନ୍ତ ଆରମ୍ଭ କରିଛି ।
ଘଟଣା ଅନୁସାରେ ପରିବାରିକ କଳହ ପାଇଁ ଗତକାଲି ବିଳମ୍ୱିତ ରାତିରେ ପଥରରେ ସ୍ୱାମୀ ଛେଚି ହତ୍ୟା କରିଥିବା ଅଭିଯୋଗ ହୋଇଛି । ସକାଳୁ ବାପଘର ଲୋକ ଖବର ପାଇ ବାଙ୍ଗିରିପୋଷି ଥାନାକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ବାଙ୍ଗିରିପୋଷି ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।