ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଢେଙ୍କାନାଳ : ସନ୍ଦେହଜନକ ଅବସ୍ଥାରେ ମହିଳାଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କଲା ହିନ୍ଦୋଳ ପୋଲିସ | ମହିଳାଙ୍କ ସ୍ୱାମୀ ଏବଂ ଶଶୁରଙ୍କୁ ପୋଲିସର ଅଟକ | ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା ଅନ୍ତର୍ଗତ କାନ୍ତାମିଲା ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା | ମୃତ ମହିଳା ହେଲେ ଶ୍ରାବଣୀ ସାହୁ | ଘଟଣାସ୍ଥଳରେ ପୋଲିସ ଏବଂ ସାଇଣ୍ଟିଫିକ ଟିମଙ୍କ ଦ୍ୱାରା ତଦନ୍ତ ଜାରି |